19.1 C
Bhubaneswar
Monday, December 8, 2025
Homeଓଡିଶାଜିଲ୍ଲାପାଳଙ୍କ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ

ଜିଲ୍ଲାପାଳଙ୍କ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ପରିଦର୍ଶନ

ଯାଜପୁର: ଗତ ବୁଧବାର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ନୂତନ ଭାବେ ଲୋକାର୍ପିତ ହୋଇଥିବା ଭେଷଜ ବର୍ହିଃ ବିଭାଗ ଏବଂ ଅତ୍ୟାଧୁନିକ ସିଟି ସ୍କାନ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଥିଲେ।ଯଯାତୀ କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ରୋଗୀମାନଙ୍କୁ ସମ୍ମାନ ଏବଂ ଉତ୍ତମ ବ୍ୟବହାର ସହ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ଏହା ସହିତ ଆଗାମୀ ଦିନରେ ଅତ୍ୟାଧୁନିକ ଲାବୋରେଟୋରି, ରଞ୍ଜନରଶ୍ମୀ ବିଭାଗ(X-ray Unit) ସହ ରୋଗୀମାନଙ୍କ ସୁବିଧା ପାଇଁ ୫୦ ଶଯ୍ୟା ବିଶିଷ୍ଟ ଆଇ.ପି.ଡି. ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର,ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟର ଡିନ୍ ତଥା ଅଧ୍ୟକ୍ଷ ଡା. ସୀତାରାମ ମହାପାତ୍ର, ସୁପରିଟେଣ୍ଡେଣ୍ଟ ଡା. ମନୋରମା ସ୍ୱାଇଁ, ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଡି. ପି. ଏମ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking