24.1 C
Bhubaneswar
Saturday, March 28, 2026
Homeଓଡିଶାଜାତୀୟ ମେଡିଏସନ୍‌ କର୍ମଶାଳା ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ଜାତୀୟ ମେଡିଏସନ୍‌ କର୍ମଶାଳା ନେଇ ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଅନେକ ବଡ଼ ବଡ଼ ଇଭେଣ୍ଟର ସଫଳ ପରିଚାଳନା କରିବାରେ ଓଡ଼ିଶା ଖୁବ୍‌ ଆଗରେ । ରାଜ୍ୟରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କ ନିକଟରେ ଏଥି ନେଇ ଅନେକ ଅଭିଜ୍ଞତା ରହିଛି । ତେଣୁ ନିଜର ଅଭିଜ୍ଞତାକୁ ଆଧାର କରି ଆସନ୍ତା ସେପେଫମ୍ବର ୨୮ରେ ହେବାକୁ ଥିବା ଜାତୀୟ ମେଡ଼ିଏସନ୍‌ କର୍ମଶାଳାକୁ ସଫଳ କରିବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପୁଲିସ ଡିଜି ଶ୍ରୀ ୱାଇ. ବି. ଖୁରାନିଆ, ଆଇନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ୍‌, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କର୍ମଶାଳାରେ ଯୋଗଦେବାକୁ ଥିବା ବିଚାରପତି, ଭିଭିଆଇପି ଓ ଅତିଥିମାନଙ୍କ ବିବରଣୀ, କର୍ମଶାଳାରେ ଆଲୋଚନା ହେବାକୁ ଥିବା ବିଷୟ, ଉପବେଶନ ସ୍ଥଳ, ଅତିଥିମାନଙ୍କ ଯିବାଆସିବା ଓ ରହଣି ସହ ପୁରୀ, କୋଣାର୍କ ଓ ଲିଙ୍ଗରାଜ ଭଳି ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ ନେଇ ଆଲୋଚନା ହୋଇଥିଲା । କର୍ମଶାଳା ସମୟରେ ଟ୍ରାଫିକ୍‌ ପରିଚାଳନା ଓ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି କର୍ମଶାଳାରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ବି. ଆର୍‌. ଗାଭାଇଙ୍କ ସମେତ ଅନ୍ୟ ବିଚାରପତି ଏବଂ ବିଭିନ୍ନ ରାଜ୍ୟର ବିଚାରପତି, ଆଇନ ମନ୍ତ୍ରୀ ଏବଂ ଆଡ୍‌ଭୋକେଟ୍‌ ଜେନେରାଲମାନେ ଯୋଗ ଦେଉଥିବାରୁ ଓଡ଼ିଶାରୁ ସମସ୍ତେ ଯେପରି ସୁଖଦ ଅନୁଭୂତି ନେଇ ପ୍ରତ୍ୟାବର୍ତ୍ତନ କରିବେ ସେଥି ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରଞ୍ଜିତା ଜେନା, ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ବିଭିନ୍ନ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking