24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପରିବାରର ୩ ସଦସ୍ୟଙ୍କୁ ବିଷ ଦେଲା ମହିଳା: ୨ ମୃତ

ପରିବାରର ୩ ସଦସ୍ୟଙ୍କୁ ବିଷ ଦେଲା ମହିଳା: ୨ ମୃତ

ବିହାର: ବିହାରରୁ ଆସିଛି ଏକ ଅଭବନୀୟ ଘଟଣା। ରୋହତାସ ସ୍ଥିତ ଆଗରେର ଜଣେ ମହିଳା ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଦିଅରଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶ୍ରଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସ୍ୱାମୀ ଏବଂ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିବାବେଳେ ଦିଅରଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା ବୁଧବାର ରାତିରେ (ସେପ୍ଟେମ୍ବର ୧୭, ୨୦୨୫) ଘଟିଛି। ମୃତକମାନଙ୍କୁ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବିଶାଲ ଚୌଧୁରୀ ଏବଂ ଶ୍ୱଶୁର ବେଚନ ଚୌଧୁରୀ ଭାବରେ ଚିହ୍ନଟ କରାଯାଇଛି। ଦିଅର ବିକାଶ କୁମାରଙ୍କ ଚିକିତ୍ସା ଚାଲିଛି। ପାରିବାରିକ ବିବାଦ ଏହାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛିଘଟଣା ସମ୍ପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୋଗ ଆଧାରରେ ମହିଳାଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ପାରିବାରିକ କଳହ ଯୋଗୁଁ ସେ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ସେ କିଛି ଦିନ ଧରି ମାନସିକ ଅବସାଦରେ ପୀଡିତ ଥିବା ଜଣାପଡ଼ିଛି। ନିରନ୍ତର ଝଗଡ଼ା ଏବଂ ହିଂସାରେ ବିରକ୍ତ ହୋଇ ସେ ବୁଧବାର ରାତିରେ ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଦିଅରଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ।

ବେଚନ ଚୌଧୁରୀ ମୂଳତଃ ବକ୍ସରର ଗଙ୍ଗୌରା ରାମପୁରର ବାସିନ୍ଦା ଥିଲେ। ସେ ତାଙ୍କର ଦୁଇ ପୁଅ ଏବଂ ବୋହୂଙ୍କ ସହିତ ଆଗରେରରେ ଏକ ଭଡା ଘରେ ରହୁଥିଲେ। ସେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ। ଘଟଣା ବିଷୟରେ ସୂଚନା ପାଇ ଆଗରେର ପୋଲିସ ଷ୍ଟେସନ ପୋଲିସ ପହଞ୍ଚିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ପଠାଇ ପୋଲିସ ମହିଳାଙ୍କୁ ପଚରାଉଚରା କରୁଛି, କିନ୍ତୁ ସେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାଁନ୍ତି। ସଦର ହସ୍ପିଟାଲର ଡାକ୍ତର ରାଜେଶ କୁମାର କହିଛନ୍ତି ଯେ ଆଗରେରରୁ ଜଣେ ବାପା ଏବଂ ତାଙ୍କ ଦୁଇ ପୁଅଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ବିଷକ୍ରିୟା ଯୋଗୁଁ ଉଭୟ ବାପା ଏବଂ ପୁଅଙ୍କ ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ଏହି ମାମଲାରେ, ରୋହତାସ ପୋଲିସ ଅଧିକ୍ଷକ କହିଛନ୍ତି ଯେ ଆଗରେର ଗାଁରେ ରାଜୁ ଭଗତଙ୍କ ଭଡା ଘରେ ରହୁଥିବା ବେଚନ ଚୌଧୁରୀ ଏବଂ ବିଶାଲ କୁମାର ବିଷାକ୍ତ ପଦାର୍ଥ ଖାଇ ମୃତ୍ୟୁବରଣ କରିଛନ୍ତି। ବେଚନ ଚୌଧୁରୀଙ୍କ ସାନ ପୁଅ ବିକାଶ କୁମାର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବୋହୂ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶ୍ରଣ କରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ପଚରାଉଚରା କରୁଛି। ପ୍ରମାଣ ସଂଗ୍ରହ ପାଇଁ ଫରେନସିକ ଦଳକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking