25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଲା ମତଦାନ । ପ୍ରାୟ ୯୭% ମତଦାନ ହୋଇଥିବା ସୂଚନା , କିଛି ସମୟ ପରେ ରେଜଲ୍ଟ ବାହାରିବ ।ଉପରାଷ୍ଟ୍ରପତି ପଦ ପାଇଁ ଆଜି ସଂସଦ ଭବନରେ  ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଥିଲେ। ଭୋଟଦାନ ଆରମ୍ଭ ହେବା ପୂର୍ବରୁ ସମସ୍ତ ଏନଡିଏ ସାଂସଦ ସକାଳ ୯.୩୦ରେ ଏକ ଜଳଖିଆ ବୈଠକରେ ଯୋଗ ଦେଇଥିଲେ। ଏହା ପରେ ମତଦାନ ଆରମ୍ଭ ହୋଇଥିଲା। ତେବେ ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି।  ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବେ। ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ଆରମ୍ଭ ହେବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking