ନୂଆଦିଲ୍ଲୀ: ଆସନ୍ତାକାଲି ଭାଦ୍ରବମାସ ଶୁକ୍ଲ ପୂଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ । ଭାରତରେ ସବୁଠି ଦୃଶ୍ୟମାନ ହେବ ପୂଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । କାଲି ରାତି ୯ଟା ୫୭ ମିନିଟରେ ଗ୍ରହଣ ସ୍ପର୍ଶ କରିବ । ରାତି ୧୧ଟା ୧ ମିନିଟରେ ପୂଣ୍ଣ ଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ରାତି ୧୨ଟା ୨୩ରେ ପୂଣ୍ଣ ଗ୍ରାସ ଗ୍ରହଣ ଶେଷ ହେବ । ରାତି ୧ଟା ୨୭ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ଏଣୁ ଚନ୍ଦ୍ର ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ କାଲି ମଧ୍ୟାହ୍ନ ୧୨ଟା ୫୭ରୁ ପାକତ୍ୟାଗ ସହ ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । କାଲି ଦିନ ୧୨ଟା ୫୭ ମିନିଟରୁ ରାତି ୧ଟା ୨୭ମିନିଟ ମଧ୍ୟରେ କୌଣସି ପ୍ରକାରର ଅନ୍ନ ଭୋଜନ କରାଯିବନି ବୋଲି ପଞ୍ଜୀକାର ଗଣନାର ପରାମର୍ଶ ଦେଇଛନ୍ତି । କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ । ରାତି ୧ଟା ୨୭ ମିନିଟ ବେଳକୁ ରାତି ଥିବା ଯୋଗୁଁ ବ୍ରହ୍ମମୂହୁର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବ ପୂଜା କରିବା ଆବଶ୍ୟକ । ସୂଯ୍ୟୋଦୟ ପରେ ଦେବପୂଜା ଏବଂ ପାକକର୍ମ ସାରି ଅନ୍ନ ଆଦି ଭୋଜନ କରାଯିବ । ଶ୍ରୀମନ୍ଦିରରେ ଏନେଇ ସ୍ୱତନ୍ତ୍ର ନୀତିକାନ୍ତିର ଆୟୋଜନ କରାଯିବ । ଦିନ ୧୨ଟା ସୁଦ୍ଧା ନୀତି ନିର୍ଘଣ୍ଟ ଶୋଷ କରାଯିବ । ଏହା ପରେ ୧୨ଟା ୫୭ରୁ ପାକତ୍ୟାଗ କରାଯିବ । କୌଣସି ଦେବନୀତି କରାଯିବ ନାହିଁ । ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ । ସେହିପରି ୨ଟା ୪୦ରେ ମଙ୍ଗଳ ଆଳତୀ ହେବ । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ଲାଲ ରଙ୍ଗର ହେବ ଯାହାକୁ ବ୍ଲଡ ମୁନ କୁହାଯାଏ । ଅନେକ ବର୍ଷର ବ୍ୟବଧାନରେ ଏହି ବିରଳ ଚନ୍ଦ୍ର ଗ୍ରହଣ ଦେଖାଯାଏ ।










