30.1 C
Bhubaneswar
Tuesday, March 10, 2026
Homeଓଡିଶାଯାଜପୁର ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ୩ ଦିନିଆ କର୍ମଶାଳା ଆରମ୍ଭ

ଯାଜପୁର ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ୩ ଦିନିଆ କର୍ମଶାଳା ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ୩-ଦିନିଆ କର୍ମଶାଳାର ପ୍ରଥମ ଦିନର କାର୍ଯ୍ୟକ୍ରମ ଆଜି ମିଶନ ଶକ୍ତି ଭବନ, ଯାଜପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ଉତ୍ସାହମୟ ପରିବେଶରେ ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ବର କୁମାର କରଙ୍କ ସଭାପତିତ୍ବରେ ଏହି କର୍ମଶାଳାର ଆୟୋଜନ କରାଯାଇଛି।
ଏଥିରେ ଜିଲ୍ଲାର ୬୭ ଟି ଜନଜାତି ବହୁଳ ଗ୍ରାମକୁ ସାମିଲ କରାଯାଇଛି।ଏହି କର୍ମଶାଳାର ପ୍ରଥମ ଦିନରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର ଆଦି କର୍ମଯୋଗୀ ଅଭିଯାନର ୩ ଦିନିଆ କର୍ମଶାଳାର ପ୍ରଥମ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଲେ ଆଜିର ଦିନଟି ଆମ ଯାଜପୁର ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବମୟ। ଆମେ ଆଦି କର୍ମଯୋଗୀ ଅଭିଯାନ‌ର ୩-ଦିନିଆ କର୍ମଶାଳାର ପ୍ରଥମ ପାଦକ୍ଷେପ ଗ୍ରହଣ କରୁଛୁ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି — ଜନଜାତିୟ ଅଞ୍ଚଳରେ ସରକାରୀ ସେବା, ଯୋଜନା ଏବଂ ସୁବିଧାଗୁଡ଼ିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା। ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇବା। ଜନଜାତିୟ ଅଞ୍ଚଳରେ ସାମାଜିକ-ଆର୍ଥିକ ଉନ୍ନତି କୁ ସୁନିଶ୍ଚିତ କରିବା। କ୍ଷେତ୍ରସ୍ତରରେ ସମନ୍ୱୟ ବଢ଼ାଇ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟନ୍ବୟନ କରିବାକୁ ପଡ଼ିବ। ଏହି କର୍ମଶାଳାରେ ଆପଣମାନେ ପରିବର୍ତ୍ତନର ସୂତ୍ରଧାର। ବ୍ଲକ୍ ମାଷ୍ଟର ଟ୍ରେନର, ଜିଲ୍ଲା ମାଷ୍ଟର ଟ୍ରେନର, ବ୍ଲକ୍ ଏବଂ ଜିଲ୍ଲା ସ୍ତରର ସମସ୍ତ ସହଭାଗୀଙ୍କ ସଂପୂର୍ଣ୍ଣ ସମନ୍ୱୟ ରହିଲେ, ଆମେ ପ୍ରତ୍ୟେକ ଗ୍ରାମକୁ ସମସ୍ତ ପ୍ରକାର ସରକାରୀ ସୁବିଧା ପହଞ୍ଚାଇ ପାରିବା। ପ୍ରତ୍ୟେକ ବ୍ଲକ୍ ମାଷ୍ଟର ଟ୍ରେନର ଓ ଜିଲ୍ଲା ମାଷ୍ଟର ଟ୍ରେନର ଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବା, ଗ୍ରାମସ୍ତରରେ ଲୋକମାନଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନ କରିବା, ପ୍ରତ୍ୟେକ ପରିବାରର ସମସ୍ୟାଗୁଡ଼ିକୁ ବୁଝି ସମାଧାନ କରିବା, ପ୍ରତ୍ୟେକ ବ୍ଲକ୍ ଓ ଗ୍ରାମରେ ସେବା କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ଓ ଜନମୁଖୀ କରିବାକୁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆଦି କର୍ମଯୋଗୀ ଅଭିଯାନର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ କହିଲେ ଏହି ଅଭିଯାନ କେବଳ ଏକ ସରକାରୀ ପ୍ରକଳ୍ପ ନୁହେଁ, ଏହା ସାମାଜିକ ରୂପାନ୍ତରଣର ଅଭିଯାନ।ଆମ ସମସ୍ତଙ୍କୁ ଏକ ସଙ୍ଗେ, ଏକ ଲକ୍ଷ୍ୟରେ, ଏକ ସ୍ୱପ୍ନରେ କାମ କରିବାକୁ ପଡ଼ିବ —ଯେପର୍ଯ୍ୟନ୍ତ ଆମର ଯାଜପୁର ଜିଲ୍ଲାର ପ୍ରତ୍ୟେକ ପରିବାର, ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ମଣିଷ ସରକାରୀ ସେବାରୁ ସର୍ବାଧିକ ଲାଭାନ୍ବିତ ନହେବ, ସେପର୍ଯ୍ୟନ୍ତ ଆମର ପ୍ରୟାସ ଜାରି ରହିବ।ଉକ୍ତ କର୍ମଶାଳାରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ କହିଲେ ଆଜିର ଏହି କାର୍ଯ୍ୟକ୍ରମ କେବଳ ଏକ ସାଧାରଣ ପ୍ରଶିକ୍ଷଣ ନୁହେଁ; ଏହା ଜନଜାତିୟ ଅଞ୍ଚଳର ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନର ପଥଚିତ୍ର। ଏହି ଅଭିଯାନର ଲକ୍ଷ୍ୟ କେବଳ ଯୋଜନା ପହଞ୍ଚ‌ରେ ସୀମିତ ନୁହେଁ। ଏହାର ଉଦ୍ଦେଶ୍ୟ ଜନଜାତିୟ ଅଞ୍ଚଳରେ ସରକାରୀ ସେବାକୁ ପହଞ୍ଚାଇବା। ଗ୍ରାମସ୍ତରରେ ଜନମୁଖୀ ପ୍ରଶାସନ‌କୁ ସ୍ଥାପନ କରିବା। ସମସ୍ତ ସହଭାଗୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ‌ରେ ଯୋଗଦେଇ ଗ୍ରାମସ୍ତରରେ ପରିବର୍ତ୍ତନର ସୂତ୍ରଧାର ହେବାକୁ, ପ୍ରତ୍ୟେକ ପରିବାରକୁ ସରକାରୀ ସୁବିଧା ପହଞ୍ଚିବାରେ ସହଯୋଗ କରିବାକୁ, ଜନଜାତିୟ ଅଞ୍ଚଳରେ ସଚେତନତା ଓ ଆଶା‌ର ପ୍ରେରକ ହେବାକୁ ଆହ୍ବାନ ଦେଇଥିଲେ।ଏହି କର୍ମଶାଳାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା କର୍ମଶାଳାର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ।ମାଷ୍ଟର ଟ୍ରେନର ଭାବେ ୮ ଜଣ ବି.ଡି.ଓ ସୁକିନ୍ଦା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ସହକାରୀ ବନ ସଂରକ୍ଷକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମାଷ୍ଟର ଟ୍ରେନର ଭାବେ ବ୍ଲକ୍ ରୁ ଆସିଥିବା ସମ୍ପ୍ରସାରଣ ଅଧିକାରୀ ଏବଂ ସ୍ବେଛସେବୀ ସଂଗଠନର ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳା ୩ ଦିନ ଧରି ଚାଲିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking