ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଛି ଏକ ଅମନବୀୟ ଘଟଣା। ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ନିର୍ଦ୍ଦୟୀ ଶିକ୍ଷୟିତ୍ରୀ। ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ନୃସଂଶ ଭାବେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକ୍ରମେ, ଡୁମଡୁମା ଫେଜ୍-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଜି ଏହି ଅଭବନୀୟ ଘଟଣା ଘଟିଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଲହୁ ଲୁହାଣ କରିଦେଇଛନ୍ତି। ପିଲାକୁ ଗଣିତ ଆସିଲାନି ବୋଲି ମାଡ଼ ଖାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ୯ ବର୍ଷ ବୟସର ଛାତ୍ରୀଙ୍କୁ ଏକ ନେତ୍ର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।









