ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମୃତଦେହ ମିଳିଛି। ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଛି ମୃତଦେହ। ଗତ ୨୩ ତାରିଖରେ ଭିଡିଓ ସୁଟିଂ ବେଳେ ଭାସି ଯାଇଥିଲେ ୟୁଟ୍ୟୁବର। ଦୀର୍ଘ ୧୦ ଦିନର ଖୋଜାଖୋଜି ପରେ ଆଜି ମିଳିଲା ୟୁଟ୍ୟୁବରଙ୍କ ମୃତଦେହ। ମୃତଦେହର ମୁଣ୍ଡ ନ ଥିବା ବେଳେ ଗୋଟିଏ ମୋବାଇଲ ଉଦ୍ଧାର ସୂଚନା ମିଳିଛି।








