ଭୁବନେଶ୍ୱର: ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ଜଣାଇ ଦିଆଯାଇଛି ଯେ ବିଗତ ବର୍ଷ ଭଳି ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ଦୁଇ, ଯୁକ୍ତ ତିନି ଅଥବା ସ୍ନାତକୋତର ନିର୍ଦ୍ଧିଷ୍ଟ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଓ ଯୋଗ୍ୟ ବିବେଚିତ ମେଧାବୀ, ଅନାଥ, ଗରିବ ଓ ଭିନ୍ନକ୍ଷମ ପିଲାଙ୍କୁ ବିଭିନ୍ନ ବାର୍ଷିକ ଶିକ୍ଷାବୃତି ପ୍ରଦାନ କରାଯିବ । ଏଥିପାଇଁ ଟ୍ରଷ୍ଟର ଙ୍ଗରଭଗ୍ଦସଗ୍ଧର ( ଙ୍ଗଙ୍ଗଙ୍ଗ.ୟସଶହଚ୍ଚକ୍ଟଗ୍ଧସ.କ୍ଟକ୍ସଶ) ରେ ଉପଲବ୍ଧ ଘୋଷଣାନାମାରେ ସୂଚିତ ଯୋଗ୍ୟତା ଭିତିରେ ଭିନ୍ନ ଭିନ୍ନ ବୃତି ପାଇଁ ଉଦ୍ଦିଷ୍ଟ ଫର୍ମରେ ସେପ୍ଟେମ୍ବର ୩୦, ୨୦୨୫ ପୂର୍ବରୁ ଟ୍ରଷ୍ଟ ଠିକଣାରେ ଦରଖାସ୍ତ ଆହ୍ୱାନ କରାଯାଇଅଛି ।









