ଭୁବନେଶ୍ୱର: ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ । ଗ୍ରୀଷ୍ମ ହେଉକି, ଶୀତ ଆପଣ ଏହାକୁ ପ୍ରତ୍ୟକ ଋତୁରେ ସେବନ କରିପାରିବେ । ସକାଳେ ଖାଲି ପେଟରେ ହେଉ କିମ୍ବା ଯେକୌଣସି ସମୟରେ ହେଉ । କିଛି ସ୍ୱାସ୍ଥ୍ୟ ସମସ୍ୟାରେ , ପଇଡ ପାଣି ପିଇବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ କ୍ଷତିକାରକ ହୋଇପାରେ । ଯେଉଁମାନଙ୍କର କୀଡନୀ ସମସ୍ୟା ରହିଛି ସେମାନେ ପଇଡ ପାଣି ପିଇବାରୁ ଦୂରେଇ ରହିବା ଆବଶ୍ୟକ । ମଧୁମେହ ରୋଗୀମାନେ ମଧ୍ୟ ନଡିଆ ପାଣି ପିଇବାରୁ ଦୂରେଇ ରହିବା ଉଚିତ । ନଡିଆ ପାଣି ପିଇବା ଦ୍ୱାରା କିଛି ଲୋକଙ୍କୁ ଆଲର୍ଜି ମଧ୍ୟ ହୋଇପାରେ । ଏହାର ସେବନ ଦ୍ୱାରା ଚର୍ମ କୁଣ୍ଡେଇ ହୁଏ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଅଛି ସେମାନେ ମଧ୍ୟ ନଡିଆ ପାଣି ପିଇବାରୁ ଦୂରେଇ ରହିବା ଉଚିତ । ପଇଡ ପାଣିରେ ଥଣ୍ଡାର ପ୍ରଭାବ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଥଣ୍ଡା, କାଶ ହୋଇଛି ତେବେ ଏହାକୁ ସୀମୀତ ପରିମାଣରେ ସେବନ କରନ୍ତୁ ।










