17.1 C
Bhubaneswar
Wednesday, February 11, 2026
Homeଓଡିଶାସ୍ୱାମୀଙ୍କ ଗଳା ଚିପି ହତ୍ୟା କଲା ସ୍ତ୍ରୀ

ସ୍ୱାମୀଙ୍କ ଗଳା ଚିପି ହତ୍ୟା କଲା ସ୍ତ୍ରୀ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ଅମନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ତ୍ରୀ ତାଙ୍କ ଶାଢ଼ୀର କାନି ସାହାଯ୍ୟରେ ସ୍ୱାମୀଙ୍କ ଗଳା ଚିପି ହତ୍ୟା କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତିଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରି ଜେଲ ପଠାଇଛି। ଏହି ଘଟଣାଟି ଉତ୍ତରପ୍ରଦେଶର କଟରା ବଜାର ଥାନା ଅଞ୍ଚଳର ପାହାଡପୁର ସହରରେ ଘଟିଛି। ଏଠାରେ ରହୁଥିବା ୨୫ ବର୍ଷୀୟ ଶିବମ୍ ଶୁକ୍ଲାଙ୍କ ମୃତ୍ୟୁ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ସ୍ପଷ୍ଟ କରିଛି ଯେ ଶିବମଙ୍କୁ ତାଙ୍କ ପତ୍ନୀ ନିଶା ଶୁକ୍ଲା ହତ୍ୟା କରିଛନ୍ତି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଶାଢ଼ି ଜବତ କରିଛି ଏବଂ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ଦିନ ଧରି ବିବାଦ ଚାଲିଥିଲା। ଅଗଷ୍ଟ ୧୬ ତାରିଖ ରାତିରେ ଶିବମ ଗାଁରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଦେଖି ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ି ଯାଇଥିଲା ଏବଂ ହାତାହାତି ପର୍ଯ୍ୟନ୍ତ କଥା ପହଞ୍ଚି ଯାଇଥିଲା। ଏହି ସମୟରେ ନିଶା ରାଗରେ ତାଙ୍କ ସ୍ୱାମୀଙ୍କୁ ନିଜ ଶାଢ଼ୀ କାନି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ। କେବଳ ସେତିକି ନୁହେଁ ସ୍ତ୍ରୀ ଜଣକ ତାଙ୍କ ସ୍ୱାମୀର ନିଶ୍ୱାସ ବନ୍ଦ ନହେବା ପର୍ଯ୍ୟନ୍ତ ଛାଡି ନଥିଲେ। କଲ୍ ଡିଟେଲ୍ସ ଯାଞ୍ଚରୁ ଏହି ହତ୍ୟାକାଣ୍ଡରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣାପଡ଼ିନାହିଁ। ପଚରାଉଚରା ସମୟରେ ନିଶା ତାଙ୍କ ଅପରାଧ ସ୍ୱୀକାର କରି କହିଥିଲେ ଯେ ଶିବମ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ଏବଂ ପ୍ରତିଦିନ ତାଙ୍କୁ ମାରପିଟ କରୁଥିଲେ।

ଜନ୍ମାଷ୍ଟମୀ ରାତିରେ ମଧ୍ୟ ସମାନ ଘଟଣା ଘଟିଥିଲା। କିନ୍ତୁ ଏଥର ସେ ସବୁକିଛି ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ମୃତକଙ୍କ ବାପାଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ହତ୍ୟାର ଦୁଇ ଦିନ ପୂର୍ବରୁ ଶିବମ୍ ତାଙ୍କ ମାଆ ମମତା ଶୁକ୍ଳାଙ୍କୁ କହିଥିଲେ ଯେ ନିଶା ମୋତେ ବଞ୍ଚିବାକୁ ଦେବ ନାହିଁ। ଦିନେ ନା ଦିନେ ସେ ମୋତେ ହତ୍ୟା କରିବ। ସେହି ସମୟରେ ପରିବାର ସଦସ୍ୟମାନେ ପୁଅକୁ ବୁଝାଇ ଶାନ୍ତ କରିଥିଲେ। ବାପା ଲଲ୍ଲୁ ଶୁକ୍ଳା କୁହନ୍ତି- ଯଦି ଆମକୁ ଟିକିଏ ବି ଧାରଣା ଥାଆନ୍ତା ଯେ ଶିବମ୍ ଙ୍କ କଥା ସତ ହେବ, ତେବେ ଆମେ ନିଶାକୁ ତାଙ୍କ ବାପ ଘରକୁ ପଠାଇ ଦେଇଥାଆନ୍ତୁ। ଅତି କମରେ ଆମ ପୁଅର ଜୀବନ ତ ବଞ୍ଚିଯାଇଥାଆନ୍ତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking