ଭୁବନେଶ୍ୱର: ନୂଆ ରାଜନୈତିକ ଦଳ ଗଠନ ଚର୍ଚ୍ଚା ଉପରେ ଜୟ ନାରାୟଣ ମଶ୍ର୍ର ପ୍ରତିକ୍ରିୟା ରଖିଛନ୍ତି । ପୂର୍ୱରୁ ବି ଏହି ନେତାମାନେ ଅନେକ ପ୍ରକାର ଦଳ କରି ବିଫଳ ହୋଇଛନ୍ତି । ବିଭିନ୍ନ ଦଳ ଗଠନ ହୋଇଛି, କିନ୍ତୁ ସେମାନେ କେବେ ସଫଳ ହୋଇନାହାନ୍ତି । ତେଣୁ ତୃତୀୟ ସାମ୍ମୁଖ୍ୟ ଦ୍ୱାରା ଓଡିଶାରେ କିଛି ଫରକ ପଡିବ ନାହିଁ । ବିଜେପି ଦୀର୍ଘ ବର୍ଷ ସଂଘର୍ଷ କରି ୨୦୨୪ରେ ସରକାର ଗଠନ କରିଛନ୍ତି । ବହୁ ଦିନର ଏହା ସଂଘର୍ଷ , ରାତାରାତି ସରକାରକୁ ଆସିନୁ । ଧୈଯ୍ୟ ଧରି ସଂଘର୍ଷ କଲେ ଫଳ ମିଳିପାରେ, ଏମାନଙ୍କ ପାଖରେ ଧୈଯ୍ୟ ନାହିଁ ।










