ଭୁବନେଶ୍ୱର: ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିବା ସୂଚନା ମିଳିଛି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଖାପାଖି ୧୦ରୁ ୧୫ ମିନିଟ ରହି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ଗତ ରବିବାର ଦିନ ଡ଼ିହାଇଡ୍ରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ।ଘରୋଇ ହସ୍ପିଟାଲରେ ୪ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ବିରୋଧୀ ଦଳ ନେତା । ହସପିଟାଲରୁ ବିରୋଧୀଦଳ ନେତା ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।










