25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ: ୫ ମୃତ

ପର୍ଯ୍ୟଟକ ବସ ଦୁର୍ଘଟଣାଗ୍ରସ୍ତ: ୫ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ନ୍ୟୁୟର୍କର ଏକ ଆନ୍ତଃରାଜ୍ୟ ରାଜପଥରେ ଅନେକ ଭାରତୀୟଙ୍କ ସମେତ ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏହି ଘଟଣାଟି ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୧୨:୩୦ ସମୟରେ ଘଟିଥିଲା। ସୂଚନାରୁ ଜଣାପଡିଛି ଯେ ଡ୍ରାଇଭରଙ୍କ ଅନ୍ୟମନସ୍କତା ବେପାରୀର ଭାବେ ଗାଡି ଚଳାଇବା ଯୋଗୁଁ ଏଭଳି ଘଟଣା ଘଟିଛି । ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ଏବଂ ତଦନ୍ତକାରୀଙ୍କୁ ସହଯୋଗ କରୁଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ବସ୍‌ଟି ୧ ରୁ ୭୪ ବର୍ଷ ବୟସର ଯାତ୍ରୀମାନଙ୍କୁ ନେଇଯାଉଥିଲା। ଘଟଣାସ୍ଥଳରେ ୫ ଜଣ ପ୍ରାପ୍ତବୟସ୍କଙ୍କୁ ମୃତ ଘୋଷଣା କରାଯାଇଥିଲା। ବସ ତଳେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking