25.1 C
Bhubaneswar
Saturday, December 6, 2025
Homeଓଡିଶାଓଡିଶାରେ ଗଣାହେବ ବୁଲାକୁକୁର: ମନ୍ତ୍ରୀ

ଓଡିଶାରେ ଗଣାହେବ ବୁଲାକୁକୁର: ମନ୍ତ୍ରୀ

ଭୁବନେଶ୍ୱର: ବୁଲାକୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି । କୋର୍ଟଙ୍କ ରାୟ ପ୍ରକାଶ ପରେ ତତ୍ପର ରାଜ୍ୟ ସରକାର । ରାଜ୍ୟରେ ହେବ ବୁଲାକୁକୁରଙ୍କ ଗଣନା । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦାୟିତ୍ୱ ତୁଲାଇବେ । ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।  ସେ ଆହୁରି କହିଛନ୍ତି ଯେ, ଏବେ ରାସ୍ତା କଡ଼ରେ ଚିକେନ-ମଟନ କାଟି ଏଣେ ତେଣେ ପକାଇପାରିବେ ନାହିଁ ଦୋକାନୀ। ଏହା ସହ ବୁଲା କୁକୁରଙ୍କୁ ବଳକା ମାଂସ ମଧ୍ୟ ନଦେବାକୁ ନିର୍ଦ୍ଦେଶ ଦିଆଯିବ। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ-ମଟନ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯିବ। ଆଗକୁ ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking