29.1 C
Bhubaneswar
Sunday, February 15, 2026
Homeଓଡିଶାନାଲ୍‌କୋ କର୍ପୋରେଟ୍ ଠିକା ଶ୍ରମିକ ସଂଗଠନର ବାର୍ଷିକ ସାଧାରଣ ସଭାରେ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା...

ନାଲ୍‌କୋ କର୍ପୋରେଟ୍ ଠିକା ଶ୍ରମିକ ସଂଗଠନର ବାର୍ଷିକ ସାଧାରଣ ସଭାରେ ଶ୍ରମିକ ମାନଙ୍କର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ନାଲ୍‌କୋ କର୍ପୋରେଟ୍ ଠିକା ଶ୍ରମିକ ସଂଘର ବାର୍ଷିକ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନାଲକୋର ୨୦୨୪-୨୦୨୫ ଆର୍ଥିକ ବର୍ଷରେ ସମସ୍ତ କ୍ଷେତ୍ରରେ ଉତ୍ପାଦନ ଆକଳନ ହାସଲ କରିବା ସହିତ ୫ ହଜାର କୋଟି ଟଙ୍କା ଅଧିକ ଲାଭ କରିଛି। ବିଶେଷ କରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟବାର୍ଷିକ ଫଳାଫଳ ଯଥେଷ୍ଟ ଅଧିକ ହେବା ସହିତ ୧୦୧୪ କୋଟି ଟଙ୍କା ଲାଭ କରିବା ନାଲକୋକୁ ଏ ସମ୍ମାନ ଜନକ ପରସ୍ଥିତି ଆଣିଛ। ଏ ସମସ୍ତ ସଫଳତାର ଶ୍ରେୟ। ସଂଗଠନ ତରଫରୁ ନାଳ୍‌କୋର ଅଧ୍ୟକ୍ଷ ଶ୍ରୀ ବିଜେନ୍ଦ୍ର ପ୍ରତାପ ସିଂହ ତଥା ସମସ୍ତ ନିର୍ଦ୍ଦେଶକମାନଙ୍କୁ ଓ ଉଭୟ କର୍ମଚାରୀ ଓ ଠିକା ଶ୍ରମିକ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ବୋଲି ସଭାପତି ମଦନ ମୋହନ ଧଳ ପ୍ରକାଶ କରିଛନ୍ତି। ବିଶେଷ କରି ନାଲ୍‌କୋ କର୍ତୃପକ୍ଷ ନିକଟରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନାଲ୍‌କୋ ଓଡ଼ିଶାର ସାଧାରଣ ବାସିନ୍ଦା ତଥା ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ସହାୟତା କରିଥିବାରୁ ସଂଗଠନ ତରଫରୁ ଭୂୟଷୀ ପ୍ରଶଂସା କରାଯାଇଥିଲା।

କିନ୍ତୁ ନାଲ୍‌ରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କୁ ଅତ୍ୟାବଶ୍ୟକ ସାମାଜିକ ସୁରକ୍ଷା ପ୍ରଦାନରେ ଅବହେଳା କରିବା ବିଶେଷ କରି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସେମାନଙ୍କୁ ବଂଚିତ କରାଯାଇଥିବାରୁ ଉପସ୍ଥିତ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ନାଲ୍‌କୋ ହଜାର ହଜାର କୋଟି ଟଙ୍କା ଲାଭ କରିବା ସ୍ଥଳେ ସ୍ୱଳ୍ପ ବେତନ ଧାରୀ ଠିକା ଶ୍ରମିକମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ସାମାଜିକ ସୁରକ୍ଷା ପ୍ରଦାନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ ପ୍ରକାଶ କରିଥିଲେ। ଉକ୍ତ ସଭାରେ ଚଳିତ ୨୦୨୫-୨୦୨୭ ମସିହା ପାଇଁ ସଭାପତି ଭାବରେ ଶ୍ରୀ ମଦନ ମୋହନ ଧଳ ଓ ସାଧାରଣ ସମ୍ପାଦକ ଭାବରେ ପ୍ରଦୀପ୍ତ କୁମାର ଦାସଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରିଥିବାରୁ ଉଭୟ ସମସ୍ତ ଠିକା କର୍ମଚାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗାମୀ ଦିନରେ କଠୋର ପରିଶ୍ରମ କରିବା ସହିତ ସଚ୍ଚୋଟତାର ସହିତ କାର୍ଯ୍ୟ କରି ନାଲ୍‌କୋର ଉତ୍ପାଦକତାକୁ ବୃଦ୍ଧି କରିବା ପାଇଁ ସଭାପତି ମଦନ ମୋହନ ଧଳ ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ସତ ପ୍ରତିଶତ ସଦସ୍ୟ ଉପସ୍ଥିିତ ଥିବା ସହିତ ନାଲ୍‌କୋ ଇମ୍ଲୋଇଜର ଫୋରମର କର୍ମକର୍ତା ନେଫର କର୍ମକର୍ତା ଜତୀନ୍ଦ୍ର ନାୟକ, ଭବାନୀ ଶଙ୍କର ଦାସ, ସନ୍ତୋଷ କୁମାର ସେଠୀ, ସୁରେଶ ପ୍ରଧାନ, ଜଗନ୍ନାଥ ନାୟକ ଓ ଅସିତ କୁମାର କାମିଲା ପ୍ରମୁଖଙ୍କ ସହିତ ଠିକା ଶ୍ରମିକ ମାନଙ୍କ ନେତୃମଣ୍ଡଳୀ ବିଶ୍ୱନାଥ ନାୟକ, ରତ୍ନାକର ବେହେରା, ସରୋଜ କୁମାର ପଣ୍ଡା, ଆର୍ତତ୍ରାଣ ମଲ୍ଲିକ, ଜୟଦେବ ପାତ୍ର, ଖଗେଶ୍ୱର ସ୍ୱାଇଁ ଓ କାହ୍ନୁଚରଣ ମହାପାତ୍ର ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking