26.1 C
Bhubaneswar
Sunday, December 7, 2025
Homeଓଡିଶାଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ

ଜୟପୁର : ବୋରିଗୁମ୍ମାକୁ NAC ମାନ୍ୟତା ଦାବି । ଏନେଇ ଆଜି ବୋରିଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ବୋରିଗୁମ୍ମା ମୁଖ୍ୟ ଛକ ନିକଟରେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି ଲୋକେ ।ଜାତୀୟ ରାଜପଥ ୨୬ ଏବଂ ୬୩ ନମ୍ବର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ମଟର ଅଟକି ରହିଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking