କଟକ : କଟକ ସିଡିଏମଓ ଅଫିସର ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଚାଲିଛି ଭିଜିଲାନ୍ସର ଚଢାଉ । ୧ କୋଟି ୨୪ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗରେ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ରେଡ ହୋଇଛି । ପ୍ରଧାନିଆ ଫାର୍ମ ହାଉସ , ଘର ଏବଂ ଅଫିସ ସେମତ ୫ଟି ସ୍ଥାନରେ ଏହି ରେଡ ହୋଇଛି । ଚଢାଉରେ ୯ ଜଣ ଡିଏସପି, ୧୦ ଇନ୍ସପେକ୍ଟର , ୭ ଜଣ ଏଏସଆଇ ସାମିଲ ହୋଇଥିଲେ । କିଶୋରଙ୍କର କଟକ ଜୋବ୍ରାରେ ଥିବା ୩ ମହଲା ଘର , ଚୌଦ୍ୱାରରେ ଥିବା ଘର ସହିତ ଫାର୍ମ ଏବଂ ଅଫିସ , ତାଙ୍କ ଶ୍ୱଶୁର ଘର, କଟକ କିଶୋର ନଗରରେ ଥିବା ପୈତୃକ ଘରେ ଚଢାଉ କରାଯାଇଛି । କଟକ ଜୋବ୍ରାରେ ବାବୁଙ୍କର ପାଖାପାଖି ୧୭ଟି ପ୍ଲଟ ରହିଛି । ସାଢେ ତିନି ଲକ୍ଷ ନଗଦ ଟଙ୍କା , ବିଭିନ୍ନ ଆକାଉଣ୍ଟରେ ପାଖାପାଖି ୩୫ ଲକ୍ଷ ଟଙ୍କା ରହିଛି ବୋଲି ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତାଙ୍କ ଘରୁ ବିଡା ବିଡା ଟଙ୍କା , ଦାମୀ ଘଣ୍ଟା, ସୁନା ଅଳଙ୍କାର ଏଯାଏଁ ଭିଜିଲାନ୍ସ ଜବତ କରିଛି । ବର୍ତ୍ତମା ଯାଁଏ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ ।










