25.1 C
Bhubaneswar
Thursday, February 5, 2026
Homeଓଡିଶାଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ଼: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ 24 ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦାବିରେ ଜିଲ୍ଲା ଯୁବ ଏକତା ମଞ୍ଚ ବନ୍ଦ ଡାକରା ଦେଇଛି।ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ପରିବର୍ତ୍ତନ ପରଠାରୁ ସହରବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ସହର ମଧ୍ୟ ସ୍ଥଳୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ଠାରୁ ୬ କିମି ଦୂର ନୁଆଁବାଲିରୋଇ ମୌଜାକୁ ସ୍ଥାନାନ୍ତର ପରେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ଜନସାଧାରଣଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅସୁରକ୍ଷିତ ପରିବେଶରେ ଯିବାକୁ ପଡୁଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଅଭାବରୁ ଏକ ମାସ ମଧ୍ୟରେ ଏକାଧିକ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।ଏହାର ପ୍ରତିବାଦରେ ଯୁବ ଏକତା ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଦେବଗଡ଼ ରେ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking