21.1 C
Bhubaneswar
Monday, December 8, 2025
Homeଓଡିଶାରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯାଜପୁର କ୍ରୀଡ଼ାବିତଙ୍କ ରାଉରକେଲା ଗସ୍ତ

ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯାଜପୁର କ୍ରୀଡ଼ାବିତଙ୍କ ରାଉରକେଲା ଗସ୍ତ

ଯାଜପୁର:  ଆସନ୍ତା ୨୦ତାରିଖ ଠାରୁ ୨୪ ପର୍ଯ୍ୟନ୍ତ କ୍ରୀଡା ଯୁବ ସେବା ଓ ହକି ଆସୋସିଏସନ୍ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଚତୁର୍ଥ ରାଜ୍ୟ ସ୍ତରୀୟ ହକି ଚାମ୍ପିଅନସିପ ଆୟୋଜନ କରାଯାଉଛି। ଏହି ଚାମ୍ପିଅନସିପରେ ଯାଜପୁର ପ୍ରଥମ ମ୍ୟାଚରେ ଗଜପତିକୁ ଭେଟିବ । ଯାଜପୁର ହକି ଦଳକୁ ଯାଜପୁର ଜିଲ୍ଲାପାଳ ତଥା ହକି ଆସୋସିଏସନ୍ ର ସଭାପତି ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ତଥା ହକି ଆସୋସିଏସନ୍ ର ସମ୍ପାଦକ ଶ୍ରୀ ଶିବାନନ୍ଦ ସ୍ବାଇଁ ଓ ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ ଯାଜପୁର ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ହକି ଦଳ ସହିତ କୋଚ ମମତା କିଣ୍ଡୋ ଓ ମ୍ୟାନେଜର ଭାବେ ପାର୍ବତୀ ମାଝୀ ରାଉଲକେଲା ଗସ୍ତ କରିଛନ୍ତି।ଏହି ଅବସରରେ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ ହକି ଷ୍ଟାଡିଅମ ଠାରେ ହକି କ୍ରୀଡ଼ାବିତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗିତା ରେ ଉନ୍ନତ ଖେଳ ପ୍ରଦର୍ଶନ କରି ଯାଜପୁର ଜିଲ୍ଲାକୁ ଗୌରାବାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking