ଖଲ୍ଲିକୋଟ: କୋଦଳା ସବ୍ଜେଲ୍ରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । କୋଦଳା ସବ୍ଜେଲ୍ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ କୋଦଳା ହସ୍ପିଟାଲରେ ମୃତ୍ୟୁ ଘଟିଛି । ଗତକାଲି ଅସୁସ୍ଥ ଅନୁଭବ କରିବା ପରେ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା । ୪୫୦ ଗ୍ରାମ୍ ଅଫିମ ସହ ଧରାପଡି ଜେଲ୍ରେ ଥିଲେ ।










