30.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଚିକିତ୍ସାରେ ଅବହେଳା: ହସ୍ପିଟାଲ ବାହାରେ ମହିଳା ଜନ୍ମ ଦେଲେ ଶିଶୁ

ଚିକିତ୍ସାରେ ଅବହେଳା: ହସ୍ପିଟାଲ ବାହାରେ ମହିଳା ଜନ୍ମ ଦେଲେ ଶିଶୁ

ନୂଆଦିଲ୍ଲୀ: ଚିକିତ୍ସା ଅବହେଳା ଯୋଗୁଁ ହସ୍ପିଟା ବାହାରେ ଛୁଆ ଜନ୍ମ କଲେ ମହିଳା । ବାରାଣସୀର ଏକ ସରକାରୀ ହସ୍ପିଟାଲରେ ଏମିତି କିଛି ଘଟିଛି ଯେଉଁଠାରେ ଜଣେ ମହିଳାଙ୍କୁ ହସ୍ପିଟାଲ ବାହାରେ ତାଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।ବାରାଣସୀର ରେଭଡି ତାଲାବରେ ରହୁଥିବା ରିଜୱାନାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଯାହା ପରେ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ରାତିରେ ବାରାଣସୀର କବିରଚୌରାରେ ଥିବା ମହିଳା ହସ୍ପିଟାଲକୁ ନେଇଥିଲେ । ଗୁରୁତର ଅବସ୍ଥାରେ, ହସ୍ପିଟାଲ କର୍ମଚାରୀମାନେ ମହିଳାଙ୍କୁ ଭର୍ତ୍ତି କରିବା ପରିବର୍ତ୍ତେ ବାହାନା କରିଥିଲେ । କେତେବେଳେ ସେମାନଙ୍କୁ ଅନ୍ୟ ମେଡିକାଲକୁ ଯିବାକୁ ପରାମର୍ଶ ଦେଇଥିଲେ ତ କେତେବେଳେ ସେମାନେ ତାଙ୍କୁ ପ୍ରେସକ୍ରିପସନ ନାହିଁ ବୋଲି କହି ଭର୍ତ୍ତି କରିବାକୁ ମନା କରିଥିଲେ। ଏହା ପରେ ନିରାଶ ହୋଇ ରିଜୱାନା ଏବଂ ତାଙ୍କ ପରିବାର ହସ୍ପିଟାଲ ଛାଡି ଚାଲିଯାଇଥିଲେ। ମେଡିକାଲରୁ ବାହାରିବା ପରେ ମହିଳା ଜଣକ ରାସ୍ତାରେ ହିଁ ପ୍ରସବ କରିଥିଲେ, ଯାହା ପରେ ପରିବାର ସଦସ୍ୟମାନେ ଶୀଘ୍ର ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। କଥାବାର୍ତ୍ତା ସମୟରେ ରିଜୱାନା ନିଜେ ମଧ୍ୟ ସ୍ୱୀକାର କରିଥିଲେ ଯେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ସମୟ ମଧ୍ୟରେ ଭର୍ତ୍ତି କରି ନଥିଲେ।ଜଣେ ବ୍ୟକ୍ତି ଏହି ଘଟଣାକୁ ତାଙ୍କ କ୍ୟାମେରାରେ କଏଦ ମଧ୍ୟ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ହସ୍ପିଟାଲର ଉଚ୍ଚ ଅଧିକାରୀମାନେ ଏହା ଜାଣିବାକୁ ପାଇଲେ, ସେମାନେ ତଦନ୍ତ ପାଇଁ ଏକ କମିଟି ଗଠନ କରି ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking