29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶସ୍ୱାମୀର ମୃତଦେହକୁ ନୀଳ ଡ୍ରମରେ ଭର୍ତ୍ତି କରି ଲୁଣରେ ପୋତିଲା ସ୍ତ୍ରୀ

ସ୍ୱାମୀର ମୃତଦେହକୁ ନୀଳ ଡ୍ରମରେ ଭର୍ତ୍ତି କରି ଲୁଣରେ ପୋତିଲା ସ୍ତ୍ରୀ

ନୂଆଦିଲ୍ଲୀ: ପୁଣି ନୀଳଡ୍ରମରୁ ସ୍ୱାମୀଙ୍କ ମୃତଦେହ ଉଦ୍ଧାର । ଏଭଳି ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଖୈରଥଲି ତିଜାରାରରେ ଘଟିଛି । ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ନୀଳ ଡ୍ରମରେ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ହଂସରାମ । ଉତ୍ତରପ୍ରଦେଶ ଶାହାଜାହାନପୁରର ବାସିନ୍ଦା । ସେ ଗତ 6 ମାସ ଧରି ତାଙ୍କ ସ୍ତ୍ରୀ ଏବଂ 3 ପିଲାଙ୍କ ସହିତ ଆଦର୍ଶ କଲୋନୀରେ ଏକ ଭଡା ଘରେ ରହୁଥିଲେ। ସେ ସ୍ଥାନୀୟ ଏକ କିରାଣୀ ଦୋକାନରେ କାମ କରୁଥିଲେ। ଶନିବାର ରାତିରେ ଘରମାଲିକ ଛାତ ଉପରେ ରଖାଯାଇଥିବା ଡ୍ରମରୁ ଏକ ପ୍ରବଳ ଗନ୍ଧ ଆସୁଥିବା କହିଥିଲେ । ତାଙ୍କର ସନ୍ଦେହ ହେବାରୁ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମ ଖୋଲିବା ପରେ, ସେମାନେ ଲୁଣରେ ପୋତାଯାଇଥିବା ଏକ ମୃତଦେହ ପାଇଥିଲେ । ପୋଲିସ ପ୍ରାରମ୍ଭିକ ତଦନ୍ତ ଅନୁସାରେ ସନ୍ଦେହ କରାଯାଉଛି ଯେ ହତ୍ୟା ପରେ ମୃତଦେହକୁ ଲୁଣ ସହିତ ଘୋଡ଼ାଇ ଦିଆଯାଇଥିଲା ଯାହା ଦ୍ୱାରା ଏହାର ପଚିବା ସମୟରେ ବାହାରକୁ ଦୁର୍ଗନ୍ଧ ନ ବ୍ୟାପିପାରିବ ଏବଂ ମୃତଦେହକୁ ଦୀର୍ଘ ସମୟ ପାଇଁ ଲୁଚାଇ ରଖାଯାଇପାରିବ।ସବୁଠାରୁ ବଡ କଥା ହେଉଛି ମୃତକଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ଘରୁ ନିଖୋଜ ଅଛନ୍ତି। ଏବେ ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ଏବଂ ହତ୍ୟା ଦିଗରେ ମାମଲାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking