ଯାଜପୁର: ଯାଜପୁରରୁ ସାମ୍ନାକୁ ଆସିଛି ଏକ ଦଃଖଦ ଘଟଣା । ଏକ ଭଡାଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କୋରେଇ ଥାନା ନୂଆଗଡ ଅଞ୍ଚଳରୁ ଉଦ୍ଧାର କରାଯାଇଛି ମୃତଦେହ । ମୃତ୍ୟୁ ପୂର୍ବରୁ ଯୁବକ ଜଣକ ଭିଡିଓ କରି ଝୁଲି ପଡିଥିବା ଅନୁମାନ କରାଯାଉଛି । ଭିଡିଓରେ କିଛି ବ୍ୟକ୍ତି ନିର୍ଯାତନା ଦେଇଥିବା ଯୁବକଙ୍କ ଅଭିଯୋଗ । ଟଙ୍କା ନେଣଦେଣକୁ ନେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ କହିଛନ୍ତି ଯୁବକ ଜଣକ । କଳିଙ୍ଗନଗର ସ୍ଥିତ ଏକ ଘରୋଇ କାରଖାନାରେ କାମ କରୁଥିଲେ ମୃତ ଯୁବକ । ମୃତ ଯୁବକଙ୍କ ଘର ବ୍ରହ୍ମପୁର ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










