18.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ଆମ୍ବୁଲାନ୍ସ ଅଚଳ: ହଟହଟା ହେଲେ ରୋଗୀ

ପୁଣି ଆମ୍ବୁଲାନ୍ସ ଅଚଳ: ହଟହଟା ହେଲେ ରୋଗୀ

ଗୁଣୁପୁର: ପୁଣି ଆମ୍ବୁଲାନ୍ସ ଅଚଳ ଯୋଗୁ ହଟହଟା ହେଲେ ରୋଗୀ । ଅଧାରାସ୍ତାରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଅଟକି ରହିଲେ । ଗୁଣୁପୁର ଠାରୁ ପାରଳାଖେମୁଣ୍ଡି ରୋଗୀକୁ ନେଇ ଆସୁଥିବା ବେଳେ ସିଙ୍ଗିପୁର ନିକଟରେ ୧୦୮ ଆମ୍ବୁଲାନ୍ସ ରହିଯାଇଥିଲା । ଗୁଣୁପୁର ଟିଟିମିରି ଗାଁର  ଜଣେ ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁଣୁପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପାରଳାଖେମୁଣ୍ଡି ରେଫର  କରିଥିଲେ ଡାକ୍ତର ।ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଅଣାଯାଉଥିବା ବେଳେ ରାସ୍ତାରେ ଗାଡ଼ି ଖରାପ ହୋଇପଡିଥିଲା । ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ସଜଡ଼ା ହୋଇପାରିନଥିବା ବେଳେ ଅଧାରାସ୍ତାରେ ଅଟକି ରହିଥିଲା । ଏ ନେଇ ରୋଗୀଙ୍କ ପରିବାର ବେଶ ଅସହ୍ୟ ହୋଇପଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking