କେନ୍ଦୁଝର: କେନ୍ଦୁଝରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଘରୋଇ ମେସ୍ରେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ନେଇ ସୂଚନା ମିଳିଛି । ଧରଣୀଧର ବିଶ୍ୱବିଦ୍ୟାଳୟରେ ଆନ୍ଥ୍ରୋପୋଲଜି ପିଜି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କେନ୍ଦୁଝର ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










