24.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି

ଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ: ଶେୟାର ବଜାରରେ ଲଗାତାର ଛଅ ସପ୍ତାହର ହ୍ରାସ ପରେ ସୋମବାର ତା ୮ ଅଗଷ୍ଟରେ ଏକ ବୃହତ୍ ଉଛାଳ ଦେଖିବାକୁ ମିଳିଛି। ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ପାଇ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଛି, ସେହିପରି ନିଫ୍ଟି ୨୨୧.୭୫ ପଏଣ୍ଟ ବୃଦ୍ଧି ସହ ୨୪,୫୮୫.୦୫ ପଏଣ୍ଟରେ ପହଞ୍ଚିଛି। ଏହି ବଜାର ଉଛାଳର ସବୁଠାରୁ ବଡ଼ ଲାଭ ଉଠାଇଛନ୍ତି ବ୍ୟବସାୟୀ ଗୌତମ ଆଦାନି। ମାତ୍ର ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ୫.୭୪ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୫୦୩ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ସହ ତାଙ୍କର ମୋଟ ସମ୍ପତ୍ତି ୭୯.୭ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ତାଙ୍କୁ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ଟପ୍-୨୦ ଧନୀଙ୍କ ତାଲିକାରେ ପୁନଃ ପ୍ରବେଶ କରାଇଛି। ଏହି ତାଲିକାରେ ମୁକେଶ ଅମ୍ବାନୀ ୧୮ତମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧.୪୦ ବିଲିୟନ ଡଲାର ବୃଦ୍ଧି ପାଇଛି, ଯାହା ସହ ତାଙ୍କର ମୋଟ ସମ୍ପତ୍ତି ୯୯.୫ ବିଲିୟନ ଡଲାର ହୋଇଛି। ତେବେ ଏକ ଦିନିଆ ଆୟରେ ଅଡାନୀଙ୍କୁ କେବଳ ଏଲନ ମସ୍କ ହିଁ ଅତିକ୍ରମ କରିଛନ୍ତି। ମସ୍କଙ୍କ ସମ୍ପତ୍ତି ୬.୬୯ ବିଲିୟନ ଡଲାର ବୃଦ୍ଧି ପାଇ ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ, ଓରେକଲର ପ୍ରତିଷ୍ଠାତା ଲାରୀ ଏଲିସନ ୩.୩୦ ବିଲିୟନ ଡଲାର ବୃଦ୍ଧି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ୩୦୫ ବିଲିୟନ ଡଲାର। ଫେସବୁକର ସିଇଓ ମାର୍କ ଜୁକରବର୍ଗ ୨୬୯ ବିଲିୟନ ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଥାଇ ମଧ୍ୟ ତାଙ୍କୁ ୧.୧୫ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking