29.1 C
Bhubaneswar
Saturday, February 7, 2026
Homeଓଡିଶାବଞ୍ଜାରା ହିଲ୍ସରେ ଭୁଶୁଡ଼ିଲା ରାସ୍ତା: ଖାଲରେ ପଡ଼ିଲା ପାଣି ଟାଙ୍କି

ବଞ୍ଜାରା ହିଲ୍ସରେ ଭୁଶୁଡ଼ିଲା ରାସ୍ତା: ଖାଲରେ ପଡ଼ିଲା ପାଣି ଟାଙ୍କି

ହାଇଦ୍ରାବାଦ: ହାଇଦ୍ରାବାଦରରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣ ଖବର। ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ମହେଶ୍ୱରୀ ଚାମ୍ବର୍ସ ପାଖରେ ରାସ୍ତା ହଠାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ ୧୦,୦୦୦ ଲିଟର ପାଣି ଟାଙ୍କି ଖାଲରେ ପଡ଼ିଯାଇଛି। ଏହି ଘଟଣାରେ ଟାଙ୍କିର ଡ୍ରାଇଭର ଓ କ୍ଲିନର ଗୁରୁତର ଭାବେ ଆହତ ହୋଇଛନ୍ତି। ଏହା ସହିତ ଅଞ୍ଚଳରେ ଟ୍ରାଫିକ ଜାମ ହୋଇଥିବାରୁ ଯାତାୟାତରେ ବହୁତ ଅସୁବିଧା ହୋଇଛି। ସୋମବାର ରାତିରେ ହାଇଦ୍ରାବାଦରେ ପ୍ରବଳ ବର୍ଷା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (ଜିଏଚ୍ଏମସି) ଅଧିକାରୀମାନେ ପ୍ରାଥମିକ ତଦନ୍ତରୁ ଜାଣିଛନ୍ତି ଯେ ବର୍ଷା ଯୋଗୁଁ ରାସ୍ତାର ଉପରିଭାଗ ଦୁର୍ବଳ ହୋଇଯାଇଥିଲା। ଏହା ସହିତ ରାସ୍ତା ତଳେ ଥିବା ପାଇପଲାଇନରେ ସମସ୍ୟା ହେବା ଏହି ରାସ୍ତା ଭୁଶୁଡ଼ିବାର କାରଣ ହୋଇପାରେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଜିଏଚ୍ଏମସି ଓ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭର ଓ କ୍ଲିନରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking