ନବରଙ୍ଗପୁର: ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଉମରକୋଟ ଥାନା ସାନଭୀମାଗୁଡା ଗାଁରେ ଅଘଟଣ ଘଟିଛି । ଘର ପଛପଟ ଗଛରେ ଝୁଲୁଛି ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଛି । ଘର ଭିତରେ ପଡିଛି ସ୍ତ୍ରୀର ମୃତଦେହ । ମୁଣ୍ଡରେ ରକ୍ତଦାଗ ଲାଗିଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










