ବାଲେଶ୍ୱର: ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର । ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ ଆଉ ପ୍ରାଣ ହରାଇଥିଲେ । ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।









