26.1 C
Bhubaneswar
Wednesday, February 11, 2026
Homeଓଡିଶାବନ୍ଧୁ ପାଇଁ ଦିନଟିଏ: ଆଜି ବିଶ୍ୱ ବନ୍ଧୁତା ଦିବସ

ବନ୍ଧୁ ପାଇଁ ଦିନଟିଏ: ଆଜି ବିଶ୍ୱ ବନ୍ଧୁତା ଦିବସ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ। ଆଜିର ସମୟରେ ଏକ ଭଲ ସାଙ୍ଗଟିଏ ମିଳିବା କଷ୍ଟ କିନ୍ତୁ ମିଳିବା ପରେ ଆମ ଜୀବନର ମୋଡ ବଦଳିଯାଏ। ରଙ୍ଗହୀନ ଜୀବନରେ ରଙ୍ଗ ଭରିଦିଏ ସାଙ୍ଗଟିଏ। ରକ୍ତର ସମ୍ପର୍କ ଠାରୁ ବି ଅଧିକ ବନ୍ଧୁତାର ସମ୍ପର୍କ। ଏଥିରେ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସମ୍ପର୍କ ନିଆରା। ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଯେତେବେଳେ ସାରା ସମାଜ ଆପଣଙ୍କୁ ଭୁଲ ବୁଝିଥାଏ। ସେତେବେଳେ ଯିଏ ଆପଣଙ୍କୁ ସାହାର ଦିଏ, ଯିଏ ଆପଣଙ୍କ ପ୍ରତିଟି କଥାକୁ ବୁଝେ। ଆଉ ସମାଜ ବିରୋଧରେ ଯାଇ ଆପଣଙ୍କୁ ସମର୍ଥନ କରେ, ତାକୁ ଆପଣ ପ୍ରକୃତ ବନ୍ଧୁ ବୋଲି କହିପାରିବେ। ବନ୍ଧୁ ତ ଅନେକ ଥାନ୍ତି କିନ୍ତୁ ପ୍ରକୃତ ବନ୍ଧୁ ସିଏ ଯିଏ ଆପଣଙ୍କ ବିଷୟରେ ସବୁ ଜାଣି ମଧ୍ୟ ଆପଣଙ୍କୁ ସର୍ବସମ୍ମୁଖରେ ଗ୍ରହଣ କରିଥାଏ। ଆଉ ଏମିତିକା ବନ୍ଧୁ କୋଟିଏରେ ଗୋଟିଏ ମିଳିଥାନ୍ତି। କୁହାଯାଏ ଜଣେ ଭଲ ବନ୍ଧୁଟିଏ ପାଇବା କୋଟି ଜନ୍ମର ସାର୍ଥକତା ହୋଇଥାଏ। ଏହି ପବିତ୍ର ବନ୍ଧନ ଆଜି କି କାଲିର ନୁହେଁ ଏହା ବହୁ ପୁରାତନ କାଳରୁ ଚାଲି ଆସିଛି। ଏହାର ଏକ ବଡ ଉଦାହରଣ ହେଉଛନ୍ତି କୃଷ୍ଣ-ସୁଦାମାଙ୍କ ବନ୍ଧୁତା।

ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ୱର ମହତ୍ତ୍ୱକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ୱାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି। ଏହି ଅବସରରେ ସାଙ୍ଗମାନେ ପରସ୍ପରକୁ ଉପହାର ଦେଇ ନିଜ ବନ୍ଧୁ ପ୍ରତି ଥିବା ସଦ୍ଭାବନାକୁ ବ୍ୟକ୍ତ କରିଥାନ୍ତି। ଏବେ ଆଧୁନିକତା ଛାପରେ ବନ୍ଧୁତ୍ୱ ଦିବସ ପାର୍ଟି, ମେସେଜ, ବନ୍ଧୁତ୍ୱ ଫିତା ବା ଫ୍ରେଣ୍ଡସିପ୍‍ ବ୍ୟାଣ୍ଡ୍‍ ବାନ୍ଧି ପାଳନ କରାଯାଉଛି। ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା। କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି। ଆଜିର ଏହି ଦିନରେ ବିଶ୍ୱ ବନ୍ଧୁତା ଅର୍ଥରେ ସମସ୍ତଙ୍କୁ ଶୁଭେଚ୍ଛା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking