ଭୁବନେଶ୍ୱର: ବୋର୍ଡ ଉପସଭାପତିଙ୍କ ଗୀରଫଦାରି ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ବଡ ସୂଚନା । କହିଲେ ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ରହିଛି । ପ୍ରାୟ ୨/୩ ମାସ ଭିତରେ ଉଭୟେ ୧୦୦ ଥର କଥା ହୋଇଛନ୍ତି । ପରୀକ୍ଷା ପରିଚାଳନାରେ ଜିତନଙ୍କର କୌଣସି ଭୂମିକା ନଥିଲା । ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କ ସହ ଏତେ ଥର କଥା ହେଲେ କିହିଁକି ସେନେଇ ତଦନ୍ତ କରୁଥିଲୁ । ଜିତେନଙ୍କ ଭୂମିକା ସନ୍ଦେହଜନକ ଥିଲା ବୋଲି ଉପସଭାପତି ସ୍ୱୀକାର କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଉଭୟଙ୍କ ଭୂମିକା ସମାନ । ନିହାର ବାବୁଙ୍କ ପାଖରେ ଓଟିଇଟି ପ୍ରଶ୍ନପତ୍ର ସମ୍ପର୍କିତ ପାସ୍ୱାର୍ଡ ଥିଲା । ପାସ୍ୱାର୍ଡ ବ୍ୟବହାର କରି ବୋର୍ଡ ଉପସଭାପତି ଡିଲିଟ୍ କରିବା କଥା , କରି ନଥିଲେ । ଜିତେନ ମହାରଣାଙ୍କୁ ଲାପଟପ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏନେଇ କଣ ଆର୍ôଥକ କାରବାର ହୋଇଛି ନା ନାହିଁ, ତାହାର ତଦନ୍ତ ଚାଲିଛି ।










