29.1 C
Bhubaneswar
Friday, February 6, 2026
Homeଦେଶ ବିଦେଶ୬ ମାସର ଶିଶୁକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ମାଆ

୬ ମାସର ଶିଶୁକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ମାଆ

ମହାରାଷ୍ଟ୍ର:  ମୁମ୍ବାଇରୁ ସାମ୍ନାକୁ ଆସିଛି ଏକ ଅମାନବୀୟ ଘଟଣା। ନିଜ ଜନ୍ମ କଲା ୬ ମାସର ଶିଶୁକୁ ନିଜ ହାତରେ ମାରିଦେଲା ମାଆ। ଚେମ୍ବୁରର ତିଲକ ନଗର ଅଞ୍ଚଳରେ ଜଣେ ୪୩ ବର୍ଷୀୟ ମହିଳା ତାଙ୍କ ଛଅ ମାସର ଶିଶୁକୁ ତକିଆ ସାହାଯ୍ୟରେ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି। ଶିଶୁକୁ ହତ୍ୟା କରିବା ପରେ ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୋଲିସ ଅନୁଯାୟୀ, କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା। କୁହାଯାଇଥିଲା ଯେ, ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ଛୁରୀ ଦ୍ୱାରା ମାରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ଏ ବିଷୟରେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିଥିଲା। ସେଠାରେ ପୋଲିସ ଆକ୍ରମଣକାରୀ ମହିଳାଙ୍କୁ ଗିରଫ କରିଥିଲା।

ଯେତେବେଳେ ପୋଲିସର ନଜର ମହିଳା ଜଣଙ୍କ ରହୁଥିବା ଘର ଉପରେ ପଡିଲା ସେତେବେଳେ ସେମାନେ ଘରକୁ ଯାଇ ଦେଖିଲେ ଯେ , ମହିଳାଙ୍କ ପୁଅର ମୃତଦେହ ଏକ ଝୁଲା ଦୋଳିରେ ପଡିଛି। ପଚରାଉଚରାରୁ ଜଣାପଡିଲା ଯେ, ମହିଳା ଜଣକ ପ୍ରଥମେ ପୁଅକୁ ହତ୍ୟା କରିଥିଲେ। ତା’ପରେ ସେ ତାଙ୍କୁ ଚାକିରି ଦେଇଥିବା ମହିଳାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ଏହା ପରେ, ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଯାଉଥିଲେ।

ପୋଲିସ ମହିଳା ଜଣଙ୍କୁ ଗିରଫ କରି ଏସବୁର କାରଣ ପଚାରିଥିଲେ। ଅଭିଯୁକ୍ତ ଜଣଙ୍କ କହିଥିଲେ ଯେ, ପରିସ୍ଥିତିରେ ପଡି ମୁଁ ଏସବୁ କରିଛି। ମୋର ତିନି ସ୍ୱାମୀ ମୋତେ ଛାଡ଼ି ଚାଲିଯାଇଛନ୍ତି। ତିନି ସ୍ୱାମୀ ଗଲା ପରେ ମୋ ଜୀବନରେ ଜଣେ ପ୍ରେମିକ ଆସିଥିଲେ। ଯେତେବେଳେ ମୁଁ ତାଙ୍କ କାରଣରୁ ଗର୍ଭବତୀ ହେଲି, ସେ ମଧ୍ୟ ମୋତେ ଛାଡ଼ି ଚାଲିଗଲେ। ପରେ ମୁଁ ଜାଣିଲି ଯେ, ମୁଁ ଏଚଆଇଭି ପଜିଟିଭ୍। ଏବଂ ମୋ ପୁଅ ମଧ୍ୟ। ମୁଁ ଏଥିରେ ବିରକ୍ତ ହୋଇଥିଲି। ସେଥିପାଇଁ ମୁଁ ମୋ ପୁଅକୁ ହତ୍ୟା କରିଥିଲି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking