21.1 C
Bhubaneswar
Saturday, December 6, 2025
Homeଓଡିଶାଭୁବନେଶ୍ୱର ଆର ଏଣ୍ଡ ବି ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର ଆର ଏଣ୍ଡ ବି ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଆର ଏଣ୍ଡ ବି  ସହକାରୀ ଯନ୍ତ୍ରୀ  ଅଶୋକ କୁମାର ପଣ୍ଡାଙ୍କ ଫ୍ଲାଟ ସଉକ ।  ଭିଜିଲାନ୍ସ ରେଡ ପରେ  ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କ  ଫ୍ଲାଟ ପ୍ରେମ । ଜଟଣୀ, ଭୁବନେଶ୍ୱର, ଫୁଲ ନଖରାରେ ରହିଛି ୭ଟି ଫ୍ଲାଟ ।  ଡିଏଲଏପ ସାଇବର ସିଟିରେ ଯନ୍ତ୍ରୀଙ୍କର ଦୋକାନ ଘର ମଧ୍ୟ ରହିଛି । ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଘର, ଡୁମୁଡୁମାରେ ଅଛି ୪ ମହଲା ବିଲ୍ଡିଂ । ଭୁବନେଶ୍ୱରରେ ୭ ଓ ପୁରୀରେ ଗୋଟିଏ ଦାମୀ ପ୍ଲଟ ଠାବ ହୋଇଛି । ୩୮ ଲକ୍ଷର ବ୍ୟାଙ୍କ ଜମା, ୧୨୫ ଗ୍ରାମର ସୁନା ଗହଣା ଠାବ ହୋଇଛି । ଗତକାଲି    ଭିଜିଲାନ୍ସକୁ ଦେଖି  ଘରୁ ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ ।  ମୋବାଇଲ ସୁଇଚ ଅଫ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା । ଆଉ ଯେତେବେଳେ ଭିଜିଲାନ୍ସ ସିଲ କରିବାକୁ ବାହାରିଲା ଅକଲ ଗୁଡୁମ ହୋଇଥିଲା । ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା ।  ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗିଦେଇଥିଲେ , ଝରକାରେ ବ୍ୟାଗ ଲାଗି ରହିବାରୁ  ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା ।  ବ୍ୟାଗରୁ ଏକ ଲକ୍ଷ ଟଙ୍କା , ସୁନା , ରୂପା ,  ଆଇଫୋନ ମିଳଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking