ନୂଆଦିଲ୍ଲୀ: ପୁଣେ ଜିଲ୍ଲାର ରାଜପଥରେ ଟ୍ରକଟି ପାଞ୍ଚଟି ଗାଡିକୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସକାଳ ୯ଟା ସମୟରେ ପୁଣେ ସତାରା ରାଜପଥର ଖେଦ ଶିବପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ନିଜ ଗତିପଥ ବଦଳାଇ ୫ଟି ଗାଡିକୁ ଧକ୍କା ଦେଇଛି । ଦୁଇ ଜଣଙ୍କ ଜୀବନ ଗରୁତର ଥିବା ବେଳେ ଟ୍ରକ ଡ୍ରାଇଭର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ମେଡିକାଲ ନେଇଥିଲେ । ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଡ୍ରାଇଭର ବିରୁଦ୍ଧରେ ମାମଲା ରୁଜୁ କରିଛି ।









