ରାଜନଗର: କେନ୍ଦ୍ରପଡା ଜିଲ୍ଲାର ରାଜନଗରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବନ୍ୟା ପାଣିରେ ଭାସି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁରରେ ଘଟିଛି ଏହି ଅଘଟଣ । ପାଳପାଟଣା ଗାଁକୁ ଫେରିବା ବେଳେ ଭାସିଗଲେ ବୃଦ୍ଧ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।









