ବିହାର: ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ପରେ ଚେତାଶୂନ୍ୟ ଅବସ୍ଥାରେ ନାବାଳିକା ଉଦ୍ଧାର। ଏଭଳି ଘଟଣା ଘଟିଛି ପଶ୍ଚିମ ଚମ୍ପରଣ ଜିଲ୍ଲାରେ। ଝିଅ ବିବାହ କରାଇବାକୁ ମନା କରିବାରୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ। ନରକଣ୍ଟିଆଗଞ୍ଜରୁ ୨୪ ତାରିଖରେ ନାବାଳିକାଙ୍କୁ ଅପହରଣ କରାଯାଇଥିଲା। ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର କହିଥିଲେ କି ନାବାଳିକା ସହିତ ଦୁଷ୍କର୍ମ କରାଯାଇଛି। ଏସବୁ ଘଟଣାରେ ତାଙ୍କ ସାଙ୍ଗ ମଧ୍ୟ ସାମିଲ ଥିବା ପୀଡ଼ିତା କହିଛନ୍ତି। ନାବାଳିକା ପୀଡ଼ିତା କହିଛନ୍ତି ଘଟଣା ଘଟିଥିବା ରାତିରେ ତାଙ୍କ ସାଙ୍ଗ ଏକ ଛୋଟ ବଟିକା ତାଙ୍କୁ ଦେଇଥିଲେ ଖାଇବାକୁ। ଯାହା ପରେ ସେ ବେହୋସ ହୋଇଯାଇଥିଲେ। ହୋସ ଆସିବା ପରେ ସେ ହସ୍ପିଟାଲରେ ଥିଲେ। ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ତାଙ୍କ ସହ ଦୁଷ୍କର୍ମ ହୋଇଛି। ପୋଲିସ ପୀଡ଼ିତାଙ୍କ ସାଙ୍ଗକୁ ଥାନାକୁ ଡାକି ପଚରାଉଚରା କରୁଛି। ଏପଟେ ନାବାଳିକାଙ୍କ ବାପା କହିଛନ୍ତି, ତାଙ୍କ ଝିଅକୁ ରାତିରେ ଅପହରଣ କରାଯାଇଥିଲା। ଅଭିଯୁକ୍ତ ଘଟଣାର ଦୁଇ ଦିନ ପୂର୍ବରୁ ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିଲା। ବିବାହ ପ୍ରସ୍ତାବ ମନା କରିବାକୁ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି। ଯାହା ପରେ ଷଡ଼ଯନ୍ତ୍ର ରଚି ସେମାନେ ଝିଅ ସହ ଦୁଷ୍କର୍ମ କରିଛନ୍ତି ସେମାନଙ୍କୁ କଠୋର ଶାସ୍ତି ମିଳୁ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।










