24.1 C
Bhubaneswar
Friday, February 13, 2026
Homeଓଡିଶାସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ

ରାୟଗଡ଼ା: ରାୟଗଡ଼ାରୁ ସାମ୍ନାକୁ ଆସିଛି ଏକମାନବୀୟ ଘଟଣା। କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବ ଶତୃତାକୁ ନେଇ ରାୟଗଡ଼ା ଥାନା କୁମ୍ଭିକଟା ଫାଣ୍ଡି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି।  ମୃତକ ଜଣକ ହେଲେ ପୋଡମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ହତ୍ୟାକାରୀ ସାମା ଜାଲାମୁରିକୁ ଅଟକ ରଖିଛି। ଗତକାଲି ସନ୍ଧ୍ୟାରେ ସଞ୍ଜୟ ଓ ସାମା ମିଶି ମଦ୍ୟପାନ କରିଥିଲେ। ସାମା ଓ ସଞ୍ଜୟ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଶତୃତା ରହିଥିଲା।

ସେହି ଶତୃତାକୁ କେନ୍ଦ୍ର କରି ଏକ କାଠ ଫାଳିଆରେ ସଞ୍ଜୟ ଉପରେ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ଚିକିତ୍ସାଳୟ ପହଞ୍ଚି ଘଟଣାର ତଦନ୍ତ କରିଛି। ଏଥିସହ ଏସଡିପିଓ ଗୌରହରି ସାହୁ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଆକ୍ରମଣ କରିଥିବା ସାମାକୁ ଅଟକ ରଖି ପଚରାଉଚରା କରାଯାଉଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking