28.1 C
Bhubaneswar
Tuesday, March 31, 2026
Homeଓଡିଶାବାବୁଙ୍କ ଅମାପ ସମ୍ପତି ଦେଖି ଭିଜିଲାନ୍ସ ଟିମ ତାଜୁବ

ବାବୁଙ୍କ ଅମାପ ସମ୍ପତି ଦେଖି ଭିଜିଲାନ୍ସ ଟିମ ତାଜୁବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ BMC  କାର୍ଯ୍ୟନିର୍ବାହୀ ଯନ୍ତ୍ରୀ  ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରାଯାଇଛି  । ଭୁବନେଶ୍ବର, ଖୋର୍ଦ୍ଧା ଓ ରାୟଗଡରେ ଚାଲିଛି ଚଢାଉ । ବଡ଼ଗଡ଼ ବ୍ରିଟ୍‌  କଲୋନୀରେ  ଥିବା ଘରେ ମଧ୍ୟ ଚଢାଉ କରାଯାଇଛି ।  ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଜଗନ୍ନାଥ ପଟ୍ଟନାୟକଙ୍କ ସମ୍ପର୍କୀୟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି। ବାବୁଙ୍କ ରଣପୁର ଫାର୍ମ ହାଉସରୁ ହରିଣ ସିଂହ, ବନ୍ଧୁକକୁ ଜବତ କରିଛି ଭିଜିଲାନ୍ସ ଟିମଏହା ସହ ଫାର୍ମ ହାଉସରୁ ଅଧିକ ଜିନିଷ ମିଳିବା ନେଇ ଖୋଳତାଡ କରୁଛି ଭିଜିଲାନ୍ସ ଟିମ । ଲାଲ, ଚନ୍ଦନ, ଆଭୋକାଡୋ, ଗୁଜୁରାତି ଗଛ ଲଗାଇଥିଲେ ଏହି ସରକାରୀ ବାବୁ । ଏହା ସହିତ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଲଗାଇଥିଲେ । ଫାର୍ମ ହାଉସ ଭିତରେ ବାବୁଙ୍କର ଏକ ପୋଖରୀ ମଧ୍ୟ ରହିଛି । ତାହାର ମାପଚୁପ କରାଯାଉଛି । ଫାର୍ମ ହାଉସର କେୟାର ଟେକର ଯିଏ ଥିଲେ ତାଙ୍କୁ ଭଲ ଦରମା ମଧ୍ୟ ଦେଉଥିଲେ । ବାବୁ ଙ୍କ ଅମାପ ସମ୍ପତି ଦେଖି ତାଯୁବ ହୋଇଯାଇଥିଲେ ଭିଜିଲାନ୍ସ ଟିମତାଙ୍କ ଘରୁ ସୁନା , ଗହଣା , ଦାମୀ ଘଣ୍ଟା ଠାବ କରିଛି ଭିଜିଲାନ୍ସଚଢ଼ଉବେଳେଭିଜିଲାନ୍ସର ୬ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking