18.1 C
Bhubaneswar
Sunday, February 8, 2026
Homeଓଡିଶାପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦକୁ ନେଇ ନବୀନଙ୍କ ଉଦବେଗ

ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦକୁ ନେଇ ନବୀନଙ୍କ ଉଦବେଗ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ୍ କାଉନସିଲ ଅଫ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ଏକ୍ସପ୍ଲୋରିଂ ସୋସାଇଟି ଇଣ୍ଡିଆ ଆଣ୍ଡ୍ ବିୟନ୍ତ୍ ପୁସ୍ତକର ଦ କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶାର ପାଇକ ବିଦ୍ରୋହ ବାଦ୍ ପଡ଼ିଛି । ଏନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଟ୍ୱିଟ କରି କହିଛନ୍ତି, ମୁଁ ଗଭୀର ଚିନ୍ତିତ । ପାଇକ ବିଦ୍ରୋହ ଓଡ଼ିଶାର ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା କାରଣ ଆମର ସାହସୀ ପାଇକମାନେ ୧୮୧୭ ମସିହାରେ ଅତ୍ୟାଚାରୀ ବ୍ରିଟିଶ ବିରୁଦ୍ଧରେ ଅସାଧାରଣ ସାହସର ସହିତ ଲଢ଼ିଥିଲେ। ମୁଁ ଭାରତ ସରକାରଙ୍କୁ ଏହାକୁ ପ୍ରଥମ ସ୍ୱାଧୀନତା ଯୁଦ୍ଧ ଭାବରେ ଘୋଷଣା କରିବାକୁ ଅନେକ ଥର ଅନୁରୋଧ କରିଥିଲି। ପାଇକମାନେ ଅତୁଳନୀୟ ସାହସର ସହିତ ବିଦେଶୀ, ଉପନିବେଶବାଦୀ ଶାସନର ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ପାଇଁ ଏକାଠି ହୋଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଙ୍କୁ ପାଇକ ବିଦ୍ରୋହ ଏବଂ ଓଡ଼ିଶାକୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି

ଆହୁରି କହିଛନ୍ତି , ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ NCERT ପାଠ୍ୟପୁସ୍ତକରୁ ଏହି ମହାକାବ୍ୟ ବିଦ୍ରୋହକୁ ବାଦ ଦିଆଯିବା, ବିଦ୍ରୋହର ୨୦୦ ବର୍ଷ ପରେ ଆମର ସାହସୀ ପାଇକାମାନଙ୍କ ପ୍ରତି ଏକ ବଡ଼ ଅପମାନ – ଯାହା ବ୍ରିଟିଶ ଶାସନ ବିରୁଦ୍ଧରେ ଜନ ଆନ୍ଦୋଳନର ମଶାଲବାହକ ପାଲଟିଥିଲା।୨୦୧୭ରେ ଏନ୍‌ସିଆଇଆର୍‌ଟି ଦ୍ଵାରା ପ୍ରଚଳିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ବ୍ରିଟିସ୍‌ମାନଙ୍କ ବିରୋଧରେ ହୋଇଥିବା ପ୍ରଥମ ସ୍ବାଧୀନତା ସଂଗ୍ରାମର ପ୍ରତୀକ ଭାବେ ଓଡ଼ିଶାର ପାଇକ ବିଦ୍ରୋହ ୧୮୧୭ ଆନ୍ଦୋଳନକୁ ସାମିଲ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking