ପିପିଲି: ପିପିଲି ବଳଙ୍ଗାରେ ନାବାଳିକାଙ୍କୁ ପୋଡିବା ଘଟଣାରେ ଉଦ୍ଧାର କରିଥିବା ବ୍ୟକ୍ତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ଦୌଡ଼ି ଆସିଲା । ମୋ ଘର ଭିତରକୁ ପଶି ଆସିବାରୁ ତୁରନ୍ତ ନିଆଁ ଲିଭାଇ ପାଣି ଦେଲି । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍ରେ ନେଇ ଆସିଥିଲେ କହିଲା । ବହି ଦେବାକୁ ଆସି ଫେରିଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନିନି ବୋଲି ମୋତେ କହିଛି ।










