23.1 C
Bhubaneswar
Sunday, February 15, 2026
Homeଓଡିଶାଯାଜପୁର ଜିଲ୍ଲାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ପାଳିତ

ଯାଜପୁର ଜିଲ୍ଲାରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ୨୦୨୫ ପାଳିତ

ଯାଜପୁର: ପରିସଂଖ୍ୟାନ କାର୍ଯ୍ୟାଳୟ ଯାଜପୁର ଠାରେ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ଏହି ଦିନଟି ଭାରତର ଆଧୁନିକ ବିଜ୍ଞାନର ପ୍ରବର୍ତ୍ତକ ଓ ଭାରତୀୟ ପରିସଂଖ୍ୟାନ ପ୍ରଣାଳୀର ସ୍ଥାପକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମାହାଲନୋବିସ ଙ୍କ ଜନ୍ମଦିବସ ପାଳନ କରି ସ୍ମରଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଉପ-ନିର୍ଦ୍ଦେଶିକା ଅର୍ଚିତା ଦାସ ଅଧ୍ୟକ୍ଷତା କରି କହିଥିଲେ ଯେ ତଥ୍ୟର ବିଶ୍ଳେଷଣ ହେଉଛି ପରିସଂଖ୍ୟାନ। ଘର ହେଉ କି କାର୍ଯ୍ୟାଳୟ ହେଉ ସବୁ କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ଵ ଓ ଆବଶ୍ୟକତା ରହିଛି। ସେ ପରିସଂଖ୍ୟାନର ବିକାଶ କ୍ଷେତ୍ରରେ ପି ସି ମହାଲନୋବିସ୍ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଅବସରରେ ପରିସଂଖ୍ୟାନ ଅଧିକାରୀ (SO) ଓ ସହାୟକ ପରିସଂଖ୍ୟାନ ଅଧିକାରୀ (ASO) ଜିଲ୍ଲାରେ ଚାଲିଥିବା ମୁଖ୍ୟ ସଂଖ୍ୟାନ ଗତିବିଧ‌ି ବିଷୟରେ ଏକ ସାରାଂଶ ପ୍ରଦାନ କରିଥିଲେ। ତଥ୍ୟ ଭିଭିକ ଶାସନ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ହେଉଥିବା ପ୍ରୟାସ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଗୁଣାତ୍ମକ ତଥ୍ୟ କିପରି ଲାଭାନ୍ବିତଙ୍କ ଲକ୍ଷ୍ୟକରଣ, ସଂସାଧନର କ୍ଷମତାସମ୍ପନ୍ନ ବ୍ୟବହାର ଓ ତଥ୍ୟ ଭିତ୍ତିକ ନିଷ୍ପତ୍ତି ଗ୍ରହଣରେ ସହଯୋଗ କରି ଭଲ ଶାସନ ଓ ସମାବେଶୀ ବିକାଶ ନିମିତ୍ତ ଆବଶ୍ୟକ, ତାହା ଉପରେ ଉଦ୍‌ବୋଧନ ଦିଆଯାଇଥିଲା।ଫିଲ୍ଡ ସ୍ତରରେ ଉତ୍କୃଷ୍ଟ ତଥ୍ୟ ସଂଗ୍ରହ ଓ ରିପୋଟିଂ ପାଇଁ ତିନୋଟି ଶ୍ରେଷ୍ଠ ବ୍ଲକ୍ ପରିସଂଖ୍ୟାନ କାର୍ଯ୍ୟାଳୟକୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଦ୍ବାରା ଅଧିକାରିକ ପରିସଂଖ୍ୟାନ ଗୁରୁତ୍ଵ ଓ ତାହାର informed policy-making ଓ ସମାବେଶୀ ବିକାଶ ରେ ଭୂମିକାକୁ ପୁନଃ ସ୍ଥାପିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking