ଭୁବନେଶ୍ୱର: ମେଥି ଏପରି ମସଲା, ଯାହା ଖାଦ୍ୟରେ ସ୍ୱାଦ ବଢାଇବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ବରଦାନ ଭାବରେ ବିବେଚନା କରାଯାଏ । ମେଥି ଦାନା ପ୍ରାୟ ପତ୍ୟେକ ରୋଷେଇ ଘରେ ବ୍ୟବହାର କରାଯାଏ, ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦାୟକ ହୋଇପାରେ । ଯଦି ଆପଣ ଦୀର୍ଘ ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁୁଁଛନ୍ତି, ତେବେ ଆପଣ ଏଥିରେ ଆପଣ ପିଇପାରିବେ । ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଯାହା ପେଟକୁ ଦୀର୍ଘ ସମୟ ପଯ୍ୟନ୍ତ ପୂଣ୍ଣ ରଖେ । ଭିଜା ମେଥି ପାଣି ପିଇବା ଦ୍ୱାରା ପାଚନ ସମସ୍ୟା ଠିକ ରହିଥାଏ । ଯାହା ଖାଦ୍ୟକୁ ସଠିକ ଭାବରେ ହଜମ କରିବାର ସାହାଯ୍ୟ କରେ । ମେଥି ରକ୍ତରେ ଗ୍ଲୁକୋଜ ସ୍ତର ହ୍ରାସ କରିପାରେ । ଏହି ପାଣିର ନିୟମିତ ସେବନ ମଧୁମେହ ନିୟନ୍ତ୍ରଣ ରେ ସାହାଯ୍ୟ କରିପାରିବ । ଏହା ଆଲର୍ଜିକୁ କମ କରିପାରିବ । ଚର୍ମରେ ବ୍ରଣ , ଦାଗ କମ କରିବାରେ ସାହାଯ୍ୟ କରିବ ।










