ଭୁବନେଶ୍ୱର: ଶରୀରକୁ ସୁସ୍ଥ ଏବଂ ଫିଟ ରଖିବା ପାଇଁ ବିଶେଷଜ୍ଞମାନେ ନିୟମିତ ଭାବରେ ଯୋ କରିବାକୁ ପରାମର୍ଶ ଦିଅନ୍ତି । ପ୍ରତିଦିନ ଯୋଗ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବାରେ ସାହାଯ୍ୟ କରେ । ଯୋଗ ଅନେକ ରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ । ଏପରି ପରିସ୍ଥିତିରେ , ଆଜି ଜାଣିବା ଆମକୁ ଗୋଟେ ଦିନରେ କେତେ ସମୟ ଯୋଗ କରିବା ଉଚିତ । ବିଶେଷଜ୍ଞଙ୍କ ମତରେ , ପ୍ରତିଦିନ ୩୦ ମିନିଟ କିମ୍ବା ୧ ଘଣ୍ଟା ଯୋଗ କରିବା ଉଚିତ । ଯୋଗ କିମ୍ବା ବ୍ୟାୟାମ ପାଇଁ ସକାଳୁ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ । ଯଦି ଆପଣ ସନ୍ଧ୍ୟାରେ ଯୋଗ କରନ୍ତି, ତେବେ ଆପଣଙ୍କୁ ଖାଦ୍ୟ ଖାଇବାର ତିନି ଘଣ୍ଟା ପରେ ଏହା କରିବା ଉଚିତ । ଯୋଗ କରିବା ଦ୍ୱାରା ଶରୀରରେ ଶକ୍ତି ସ୍ତର ଭଲ ରହିଥାଏ । ଶାରୀରିକ କଯ୍ୟକ୍ଷମତା ଏବଂ ଷ୍ଟାମିନା ବୃଦ୍ଧି ପାଇଁ ପ୍ରତିଦିନ ୩୦ ମିନିଟ ଯୋଗ କରିବା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।










