ଭୁବନେଶ୍ୱର: କଂଗ୍ରେସଭବନରେ ଖୋଲିବ ମହିଳା ଗ୍ରିଭାନ୍ସ ସେଲ । ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ ଲଞ୍ଚ କରିବ କଂଗ୍ରେସ । ସମସ୍ୟାରେ ଥିବା ମହିଳା ଆପ ଯୋଗେ ଅଭିଯୋଗ କରିପାରିବେ । ଏନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ଆସନ୍ତା ୨୪ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ । ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ ।









