21.1 C
Bhubaneswar
Saturday, December 6, 2025
Homeଓଡିଶାମାଟି କାନ୍ଥ ଭୁଶୁଡି ଚାଷୀ ମୃତ

ମାଟି କାନ୍ଥ ଭୁଶୁଡି ଚାଷୀ ମୃତ

ସୁନ୍ଦରଗଡ: ଲଗାଣ ବର୍ଷାରେ  ଭୁଶୁଡିଲା ଘର ।  କାନ୍ଥ ଭୁଶୁଡି ଚାଷୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲା ଟିକାୟତ ଥାନା ସରସରା ଗାଁରେ  ଅଘଟଣ ଘଟିଛି । ଘରେ ଶୋରଇଥିବା ବେଳେ  ମାଟି କାନ୍ଥ ଭୁଶୁଡି  ଚାଷୀଙ୍କ ଉପରେ ପଡିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।  ପ୍ରବଳ ବର୍ଷା ନେଇ  ସୁନ୍ଦରଗଡ ଡିଲ୍ଲାର ଅଧିକାଂଶ ସ୍ଥାନରେ କ୍ଷୟକ୍ଷତି ହୋଇଛି । ଜିଲ୍ଲପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ରିଲିଫ ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି , ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ ଅଛନ୍ତି । ଝାରସୁଗୁଡା, ସୁନ୍ଦରଗଡ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ପଠାଯିବ  ବୋଲି ସୁରେଶ ପୂଜାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking