ଭୁବନେଶ୍ୱର: ନଦୀଗୁଡିକର ଜଳସ୍ତର ବଢୁଛି, କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡା, ସୁନ୍ଦରଗଡରେ କ୍ଷୟକ୍ଷତି ଘଟିଛି । ଜିଲ୍ଲପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିଲିଫ ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି , ଓଡ୍ରାଫ ଓ ଏନଡିଆରଏଫ ଟିମ ମୁତୟନ ଅଛନ୍ତି । ଝାରସୁଗୁଡା, ସୁନ୍ଦରଗଡ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ପଠାଯିବ ।










