ନୂଆଦିଲ୍ଲୀ: ଫ୍ରଣ୍ଟିୟର ଏୟାର ଲାଇନ୍ସର ବିମାନରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା । ମଝି ଆକାଶରେ ଜଣ ସହଯାତ୍ରୀଙ୍କୁ ଆକ୍ରମଣ ଘଟଣାରେ ୨୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ସୋମବାର ଫିଲାଡେଲଫିଆରରୁ ମିଆମି ଯାଉଥିବା ବେଳେ ଏହି ଘଟଣା ଘଟିଛି । ଭାରତୀୟ ବଂଶୋଦ୍ଭବ ଯୁବକ ଇରାନ ଶର୍ମା ଇଭାନ୍ସଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାଫଳରେ ଯାତ୍ରୀ ଜଣଙ୍କର ମୁହଁରେ ଆଘାତ ଲାଗିଛି । ପରେ ବିମାନଟି ଅବତରଣ କରିବା ମାତ୍ରେ ତାଙ୍କୁ ଗିରଫ କରାଯାଇଥିଲା । ବିମାନ କାରଣରେ ଯୁବକ ଜଣଙ୍କ ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ । ପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖାଯାଇଥିଲା । ପାଖରେ ଥିବା ଅନ୍ୟଯାତ୍ରୀମାନେ ଉଭୟଙ୍କୁ ବୁଝାସୁଝା କରିଛନ୍ତି । ଇଭାନ୍ସ ଗଣମାଧ୍ୟମକୁ କହିଥିଲେ ଯେ, ଯୁବକ ଜଣଙ୍କ ହତ୍ୟା ଧମକ ଦେବା ସହ ତଣ୍ଟିକୁ ଧରିଥିଲେ । ଅଜବ କଥା କହୁଥିଲେ । ପୋଲିସ ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଛି । ପରେ ଭାରତୀୟ ଯୁବକଙ୍କ ଓକିଲ କହିଛନ୍ତି ଶର୍ମା ବିମାନରେ ଧ୍ୟାନ କରୁଥିଲେ । ହେଲେ ଇଭାନ୍ସ ତାଙ୍କ ଏକ ଅଲଗା ନଜରରେ ଦେଖିଥିଲେ । ତାପରେ ଏଭଳି କାଣ୍ଡ ହୋଇଥିବା ଜଣାପଡିଛି ।










