ଭୁୁବନେଶ୍ୱର: ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ କରିବାକୁ ପଡିବ । ଆଜି ଆଖି ସ୍କାନ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ । ସରକାର ୧୯ ଲକ୍ଷ ମେଟ୍ରିକ ଟନ ରବି ଧାନ କିଣି ସାରିଲେଣି । ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ କିଣା ଯାଇଥିଲା , ଅଧିକ କିଣା ଗଲାଣି । ତଥାପି ସମସ୍ତଙ୍କର ଧାନ କିଣା ଯିବ । ଟୋକନ ଲାପ୍ସ ଯିବନି ।










