17.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମାଙ୍ଗା ଭବିଷ୍ୟବାଣୀକୁ ନେଇ ଚିନ୍ତା ପ୍ରକଟ କଲେ ଲୋକ

ମାଙ୍ଗା ଭବିଷ୍ୟବାଣୀକୁ ନେଇ ଚିନ୍ତା ପ୍ରକଟ କଲେ ଲୋକ

ଟୋକିଓ: ଜାପାନର ଦକ୍ଷିଣ କାଗୋଶିମା ପ୍ରିଫେକ୍ଚରରେ ଅବସ୍ଥିତ ଟୋକାରା ଦ୍ୱୀପପୁଞ୍ଜରେ ଶନିବାର ଠାରୁ ଘନଘନ ଭୂମିକମ୍ପ ଅନୁଭୂତ ହୋଇଛି। ଯାହା ଜାପାନରେ ଏକ ଭୟାବହ ଆତଙ୍କ ସୃଷ୍ଟି କରିଛି। ଜାପାନ ମେଟେଓରୋଲୋଜିକାଲ ଏଜେନ୍ସି ଅନୁଯାୟୀ, ଗୁରୁବାର ସୁଦ୍ଧା ଛୋଟବଡ ମୋଟ୍ ୪୭୪ଟି ଭୂମିକମ୍ପ ରେକର୍ଡ କରାଯାଇଛି। ଯେଉଁଥିରେ ଦୁଇଟି ଭୂ-କମ୍ପର ମାଗ୍ନିଚ୍ୟୁଡ ୫.୧ ତୀବ୍ରତାର ଥିଲା। ଏହି ଭୂମିକମ୍ପଗୁଡ଼ିକ ଜାପାନୀ ସିସ୍ମିକ ସ୍କେଲରେ ୪ ତୀବ୍ରତା ପର୍ଯ୍ୟନ୍ତ ରେକର୍ଡ ହୋଇଛି। ଯାହା ସାଧାରଣତଃ ଲୋକଙ୍କୁ ଆତଙ୍କିତ କରିବା ସହ ଘରୋଇ ଆସବାବ ପତ୍ରକୁ ହଲାଇ ଦେଇଥାଏ। କୁମାମୋଟୋ ବିଶ୍ୱବିଦ୍ୟାଳୟର ସମୁଦ୍ର ଆଗ୍ନେୟଗିରି ବିଶେଷଜ୍ଞ ପ୍ରଫେସର ହିସାୟୋଶି ୟୋକୋସେ ସତର୍କ କରିଛନ୍ତି ଯେ ଯଦି ଏହି ପ୍ରକ୍ରିୟା ଜାରି ରୁହେ ତେବେ ଆଗକୁ ମାଗ୍ନିଚ୍ୟୁଡ ୬ ପର୍ଯ୍ୟନ୍ତ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇପାରେ। ଏହି ଭୂମିକମ୍ପ ସହିତ କିୟୁଶୁର ମାଉଣ୍ଟ ସିନମୋଏରେ ଏକ ଅଗ୍ନିପର୍ବତ ବିସ୍ଫୋରଣ ମଧ୍ୟ ହୋଇଛି। ଯାହା ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସକ୍ରିୟ ହୋଇଛି। ଏହି ଆଗ୍ନେୟଗିରି ପାଇଁ ସତର୍କତା ସ୍ତରକୁ ୩କୁ ବୃଦ୍ଧି କରିଛି। ଯାହା ଅଞ୍ଚଳବାସୀଙ୍କୁ ଦୂରରେ ରହିବାକୁ ପରାମର୍ଶ ଦେଇଛି।

ଏହି ସମୟରେ, ଏକ ଜାପାନୀ ମାଙ୍ଗା “ଦି ଫ୍ୟୁଚର ଆଇ ସ’’ ଦ୍ୱାରା ରୟୋ ତାତସୁକିଙ୍କ ଦ୍ୱାରା ୧୯୯୯ରେ ପ୍ରକାଶିତ ଏକ ଭବିଷ୍ୟବାଣୀ ଜାପାନରେ ଆତଙ୍କ ସୃଷ୍ଟି କରିଛି। ଏହି ମାଙ୍ଗା ୨୦୧୧ ମସିହାରେ ତୋହୋକୁ ଅଞ୍ଚଳରେ ହୋଇଥିବା ବିନାଶକାରୀ ଭୂମିକମ୍ପ ଏବଂ ସୁନାମିକୁ ଭବିଷ୍ୟବାଣୀ କରିଥିବା ବୋଲି ଦାବି କରାଯାଏ। ଯେଉଁଥିରେ ପ୍ରାୟ ୨୦,୦୦୦ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା। ୨୦୨୧ ମସିହାରେ ପ୍ରକାଶିତ ଏହାର ଏକ ସଂଶୋଧିତ ସଂସ୍କରଣରେ ୫ ଜୁଲାଇ, ୨୦୨୫ରେ ଏକ ବିପର୍ଯ୍ୟୟକାରୀ ଭୂମିକମ୍ପ ଏବଂ ସୁନାମି ସଂଗଠିତ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି। ଯାହା ଜାପାନ ଏବଂ ପାଶ୍ଚାତ୍ୟ ଦେଶମାନଙ୍କୁ ପ୍ରଭାବିତ କରିବ ବୋଲି ଉଲ୍ଲେଖ ରହିଛି। ଏହି ଭବିଷ୍ୟବାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ହଂକଂ, ଚୀନ, ତାଇୱାନ, ଥାଇଲାଣ୍ଡ ଏବଂ ଭିଏତନାମ ଭଳି ଦେଶରୁ ଜାପାନକୁ ଗ୍ରୀଷ୍ମକାଳୀନ ଭ୍ରମଣ ବାତିଲ କରିବାରେ ପ୍ରଭାବ ପକାଇଛି। ହଂକଂରେ ଭ୍ରମଣ ଏଜେନ୍ସି ଅନୁଯାୟୀ, ଜାପାନକୁ ଟିକେଟ ବୁକିଂ ୫୦% ରୁ ଅଧିକ ହ୍ରାସ ପାଇଛି। ଅନେକ ପର୍ଯ୍ୟଟକ ଏହି ଭୟ ହେତୁ ଅଷ୍ଟ୍ରେଲିଆ, ଦୁବାଇ ଏବଂ ୟୁରୋପ ଭଳି ଅନ୍ୟ ଗନ୍ତବ୍ୟସ୍ଥଳକୁ ଯିବାକୁ ପସନ୍ଦ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking